କଟକ: ସିଲଭରସିଟିରେ ଆଜିଠୁ କଡାକଡି ହୋଇଛି ଟ୍ରାଫିକ ନିୟମ। ଏବେ ଭୟରେ ବାଇକ ଆରୋହୀ । ଅଧିକାଂଶ ଗାଡି ଚାଳକ ହେଲମେଟ ପିନ୍ଧି ଗାଡି ଚଳାଉଥିବାର ଦେଖିବାକୁ ମିଳିଛି । ଏହାରି ଭିତରୁ କୌଣସି ବି ବାଇକ ଆରୋହୀ ଯଦି ଟ୍ରାଫିକ ନିୟମ ଉଲଙ୍ଘନ କରୁଛନ୍ତି ତାଙ୍କୁ ସଙ୍ଗେ ସଙ୍ଗେ ଗଣିବାକୁ ପଡୁଛି ମୋଟା ଅଙ୍କର ତଣ୍ଡ।
ବିନା ହେଲମେଟରେ, ଫୋନରେ ଗପିବା ଓ ଅନ୍ଯାନ୍ୟ ନିୟମ ଭାଙ୍ଗିବା ହେତୁ ଜଣେ ବାଇକ ଆରୋହୀ ଧରାପଡିଥିଲେ। ପରେ ତାଙ୍କ ବାପା ସୁରେନ୍ଦ୍ର କୁମାର ସାହୁ ଆସି 6000 ଟଙ୍କା ତଣ୍ଡ ଦେଇଥିଲେ। ତାଙ୍କ ଘର ଖାନ ନଗର ହୋଇଥିବା ସେ କହିଛନ୍ତି। ଘର ପାଖରେ ଥିବା ଦୋକାନକୁ ତାଙ୍କ ପୁଅ ଯାଉଥିଲେ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି।