ଓଡିଶା

odisha

ETV Bharat / city

ସୁଧୁରିବ କି କଟକର ଟ୍ରାଫିକ ସମସ୍ୟା ! - bus owner

କଟକର ମଧୁପାଟଣା ଛକ ଓ ସମ୍ରାଟ ହଲ ସାମ୍ନାରେ ମନ ଇଚ୍ଛା ବସ ରଖିବା କାରଣରୁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏବେ ଏହି ଛକ ଠାରେ ବସ ରଖିଲେ ଦଣ୍ଡବିଧାନ କରାଯିବ ବୋଲି କଟକ ଡିସିପି, ଟ୍ରାଫିକ ଏସିପି, ଟ୍ରାଫିକ ଥାନା ଅଧିକାରୀ, ମଧୁପାଟଣା ଥାନା ଅଧିକାରୀ, 6 ନମ୍ବର ଜୋନ ଏସିପି ଏହି ଗୁରୁତ୍ବପୂର୍ଣ ନିଷ୍ପତି ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ

By

Published : Aug 31, 2019, 8:06 PM IST

କଟକ:ମନ ଇଚ୍ଛା ବସ ରଖିବା ଉପରେ ଲାଗିବ କଟକଣା। ମନ ଇଛା ବସ ରଖିବା କାରଣରୁ ଟ୍ରାଫିକ ସମସ୍ୟା ଉପୁଜିବାରୁ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ବିଶେଷକରି କଟକର ମଧୁପାଟଣା ଛକ ଓ ସମ୍ରାଟ ହଲ ସାମ୍ନାରେ ମନଇଚ୍ଛା ବସ ରଖିବା ଦ୍ବାରା ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏବେ ଏହି ଛକ ଠାରେ ବସ ରଖିଲେ ଦଣ୍ଡବିଧାନ କରାଯିବ ବୋଲି କଟକ ଡିସିପି, ଟ୍ରାଫିକ ଏସିପି, ଟ୍ରାଫିକ ଥାନା ଅଧିକାରୀ, ମଧୁପାଟଣା ଥାନା ଅଧିକାରୀ, 6 ନମ୍ବର ଜୋନ ଏସିପି ଏହି ଗୁରୁତ୍ବପୂର୍ଣ ନିଷ୍ପତି ଗ୍ରହଣ କରିଛନ୍ତି ।

ତେଣୁ ଏନେଇ ବସ ମାଲିକ ମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ଯଦି କୌଣସି ବସ ଏହି ନିୟମକୁ ଉଲଙ୍ଘନ କରେ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି। ଏବେ ଏଭଳି ନିଷ୍ପତି ଫଳରେ ଟ୍ରାଫିକ ସମସ୍ୟା ସୁଧୁରିବ ବୋଲି ମଧ୍ୟ କଟକ ଡିସିପି ଆଶା ପ୍ରକଟ କରିଛନ୍ତି।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details