କଟକ: ଚାଲିଛି ମାଆଙ୍କ ଭଷାଣୀ ଉତ୍ସବ । ଯାହାକୁ ନେଇ ଭୁବନେଶ୍ବରରେ ସୃଷ୍ଟି ହୋଇଛି ଟ୍ରାଫିକ ସମସ୍ୟା । ତେବେ ଖୁବ୍ କମ ସମୟ ମଧ୍ୟରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଡଭାଇଜରି ଜାରି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।
ଭୁବନେଶ୍ୱରରେ ଟ୍ରାଫିକ ନିୟନ୍ତ୍ରଣ ବାଧାପ୍ରାପ୍ତ: ପୋଲିସ କମିଶନର - ଆଡଭାଇଜରି ଜାରି କରିଛି ପୋଲିସ
ଭୁବନେଶ୍ବରରେ ସୃଷ୍ଟି ହୋଇଛି ଟ୍ରାଫିକ ସମସ୍ୟା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଡଭାଇଜରି ଜାରି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଭୁବନେଶ୍ୱରରେ ଟ୍ରାଫିକ ନିୟନ୍ତ୍ରଣ ବାଧାପ୍ରାପ୍ତ: ସୁଧାଂଶୁ ଷଡ଼ଙ୍ଗୀ
ଭୁବନେଶ୍ୱରରେ ଟ୍ରାଫିକ ନିୟନ୍ତ୍ରଣ ବାଧାପ୍ରାପ୍ତ: ସୁଧାଂଶୁ ଷଡ଼ଙ୍ଗୀ
ଏତତ୍ ବ୍ୟତୀତ କଟକରେ ସକାଳୁ ଆରମ୍ଭ ହୋଇଛି ଭଷାଣୀ ଉତ୍ସବ । ସମସ୍ତ ମେଢ ସମୟ ଅନୁଯାୟୀ ପୂଜା ମଣ୍ଡପରୁ ବାହାରିଛନ୍ତି । ଭସାଣୀ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ 57 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏନେଇ ପ୍ରତି ଗଳିକନ୍ଦିରେ ପୋଲିସ ଫୋର୍ସ ନିୟୋଜିତ ହୋଇଛି। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ତେବେ ସମୟ ଅନୁସାରେ ସମସ୍ତ କାର୍ଯ୍ୟ ସରିବା ନେଇ ଜଣାଇଛନ୍ତି ପୋଲିସ କମିଶନର।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ