ଓଡିଶା

odisha

ETV Bharat / city

ହିରୋ ସାଜିଲେ ଟ୍ରାଫିକ କନେଷ୍ଟବଳ ଉମେଶ - life

ବାଦାମବାଡ଼ି ଟ୍ରାଫିକ ପୋଷ୍ଟଠାରେ ଘଟିଥିବା ଦୁର୍ଘଟଣାରେ ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ମେଡିକାଲରେ ଭର୍ତ୍ତି କରିଥିଲେ ଉମେଶ । ରକ୍ତ ଅଭାବ ଯୋଗୁଁ ନିଜ ରକ୍ତ ଦେଇ ବ୍ୟକ୍ତିଙ୍କ ଜୀବନ ଦାନ ଦେଇଥିଲେ ଉମେଶ । ଯାହାକୁ ନେଇ ଶନିବାର ଉମେଶଙ୍କୁ ସମ୍ମାନିତ କରିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Mar 23, 2019, 11:58 PM IST

କଟକ: ହିରୋ ସାଜିଲେ ଟ୍ରାଫିକ କନେଷ୍ଟବଳ ଉମେଶ ପରିଡା । ନିଜର ଜୀବନକୁ ବାଜି ଲଗାଇ ବଂଚାଇଲେ ଅନ୍ୟର ଜୀବନ । ବାଦାମବାଡ଼ି ଟ୍ରାଫିକ ପୋଷ୍ଟଠାରେ ଘଟିଥିବା ଦୁର୍ଘଟଣାରେ ବ୍ୟକ୍ତିଙ୍କୁକାନ୍ଧରେ ପକାଇ ମେଡିକାଲରେ ଭର୍ତ୍ତିକରିଥିଲେ ଉମେଶ । ରକ୍ତ ଅଭାବ ଯୋଗୁଁ ନିଜ ରକ୍ତ ଦେଇ ବ୍ୟକ୍ତିଙ୍କଜୀବନଦାନ ଦେଇଥିଲେ ଉମେଶ । ଯାହାକୁ ନେଇ ଶନିବାର ଉମେଶଙ୍କୁ ସମ୍ମାନିତ କରିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ


ତେବେ ଏହି କାମ ପାଇଁ ପୋଲିସ ବିଭାଗକୁ ଗର୍ବିତ କରିଛନ୍ତି ଉମେଶ ପରିଡା । ଉମେଶଙ୍କ ଏଭଳି କାମରେ କମିଶନରେଟ ପୋଲିସର ନାଁକୁ ଉଚ୍ଚକୁ ନେଇଛି ବୋଲି କହିଛନ୍ତି କମିଶନର ସତ୍ୟଜିତ ମହାନ୍ତି । ତେବେ ଉମେଶଙ୍କ ଏହି କାମ ଅନ୍ୟ ପୋଲିସ କର୍ମଚାରୀଙ୍କୁ ବେଶ ପ୍ରେରଣା ଯୋଗାଇବ ବୋଲି କମିଶନର ଶ୍ରୀ ମହାନ୍ତି କହିଛନ୍ତି ।

ସୂଚନା ମୁତାବକ, ଗୁରୁବାରଟ୍ରାଫିକ କନେଷ୍ଟବଳଙ୍କ ଆଗରେ ଏକ ବସଟି ଜଣେ ବ୍ୟକ୍ତିକୁ ଧକ୍କା ଦେଇଥିଲା। ତେବେ ବସଟି ଟ୍ରାଫିକରେ ବୁଲିବା ସମୟରେ ବସର ପଛପଟ ଟ୍ରାଫିକ ପୋଲିସ ଛିଡା ହୋଉଥିବା ରେଲିଂରେ ବାଡେଇ ହୋଇଥିଲା । ତାପରେ ବସ ଓ ରେଲିଂ ମଧ୍ୟରେ ଚାପି ହୋଇ ରହିଯାଇଥିଲେ ଜଣେ ବ୍ୟକ୍ତି ।

ଏହାପରେ ଉମେଶ ତାଙ୍କୁ କୌଶଳ କ୍ରମେଉଦ୍ଧାର କରି ଅଟୋରେ ମେଡିକାଲ ନେଇଥିଲେ । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତୁରନ୍ତ ୨ଟି ରକ୍ତର ଆବଶ୍ୟକ ପଡିଥିଲା। ଯାହାଙ୍କୁ ଉମେଶରକ୍ତ ଦେଇ ବଞ୍ଚାଇଥିଲେ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details