ଓଡିଶା

odisha

By

Published : Apr 9, 2020, 1:47 PM IST

ETV Bharat / city

ଚେତୁ ନାହାଁନ୍ତି ନିୟମ ଉଲ୍ଲଂଘନକାରୀ, ସାବାଡ କରୁଛି ପୋଲିସ

ଲକଡାଉନ ପରେ ବି ଚେତୁ ନାହାନ୍ତି ଗାଡି ଚାଳକ । ଫଳରେ ଗାଡି ଚାଳକଙ୍କୁ ସାବଡ଼ କରୁଛି ପୋଲିସ । ଗୋଟିଏ ଦିନରେ 622  ଗାଡି ଜବତ ସହ ତଣ୍ଡ ଗଣୁଛନ୍ତି ଚାଳକ ।

traffic checking strict in cuttack
ଲକଡାଉନ ପରେ ବି ଚେତୁ ନାହାନ୍ତି ଗାଡି ଚାଳକ

କଟକ: ଗାଡି ଚାଳକଙ୍କୁ ସାବଡ଼ କରୁଛି ପୋଲିସ । 622 ଗାଡି ଜବତ କରିବା ସହ ତଣ୍ଡ ଗଣୁଛନ୍ତି ଚାଳକ । ତଥାପି ଚେତୁ ନାହାନ୍ତି ଲୋକେ ।

ଗତ ବୁଧବାର ଠାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ କଟକ ସହରର ବିଭିନ ଚେକିଂ ଓ ବ୍ଳକିଂ ପଏଣ୍ଟରୁ 622 ଗାଡି ଜବତ କରିଛି ପୋଲିସ । ଏଥିସହ ଗୋଟିଏ ଦିନରେ ପ୍ରାୟ 12 ଲକ୍ଷରୁ ଉର୍ଦ୍ଧ୍ବ ତଣ୍ଡ ମଧ୍ୟ ଗଣିଛନ୍ତି ଚାଳକ ।

ବର୍ତ୍ତମାନ ସୁଦ୍ଧା ପୋଲିସ 3 ହଜାରରୁ ଉର୍ଦ୍ଧ୍ଵ ଗାଡି ଜବତ କରିଛି । ଯାହା ସହରର ବିଭିନ୍ନ ଥାନାରେ ପଡି ରହିଛି ବୋଲି ସୂଚନା ମିଳିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details