କଟକ: ଆଜି ହେଉଛି ପବିତ୍ର ସରସ୍ବତୀ ପୂଜା । ମାଆଙ୍କୁ ପୂଜା କରି ବିଦ୍ୟା ଲାଭ କରିଥାନ୍ତା ଛାତ୍ରଛାତ୍ରୀ । ଏହା ସହ ଯେଉଁମାନେ ପ୍ରଥମ ବିଦ୍ୟା ଆହୋରଣ କରିବେ ତାହା ମଧ୍ୟ ଆଜିର ଦିନରେ କରାଯାଏ ବୋଲି ତେଲୁଗୁ ସମ୍ପ୍ରଦାୟରେ ପ୍ରଥା ରହିଛି ।
ଆଜି ବିଦ୍ୟାଦେବୀଙ୍କ ସରସ୍ପତି ପୂଜା । ସାରା ଦେଶରେ ବେଶ ଧୂମଧାମରେ ପାଳନ ହେଉଛି ଏହି ପୂଜା । ପ୍ରତ୍ୟେକ ଛାତ୍ରଛାତ୍ରୀ ଏହି ଦିନକୁ ଅପେକ୍ଷା କରିଥାନ୍ତି । ମାଆଙ୍କ ଆଗମନ ପରେ ବିଦ୍ୟା ଲାଭ ଆକ୍ଷାଙ୍କା ସମସ୍ତଙ୍କ ରହିଥାଏ । ଏମିତିକି ସମସ୍ତ ସ୍କୁଲ ,କଲେଜ , ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ମା ଙ୍କ ପୂଜା ହୋଇଥାଏ । ଏହାରି ଭିତରେ କଟକ ଦେବାନ ବଜାର ନିକଟରେ ଥିବା ତେଲୁଗୁ ସମ୍ପ୍ରଦାୟ ଲୋକମାନେ ଟିକେ ନିଆରା ଢଙ୍ଗରେ ଏହି ପବିତ୍ର ଦିନକୁ କରିଥାନ୍ତି ପାଳନ । ସମସ୍ତ ଛୋଟ ବଡ଼ ପିଲାଙ୍କୁ ପ୍ରଥମେ କରିବାକୁ ପଡିଥାଏ ପୂଜା । ଅରୁଆ ଚାଉଳ ଓ ନଡ଼ିଆ ବସାଇ ଦୀପ ଜାଳି ପ୍ରଭୁ ଭେଙ୍କଟେଶ୍ବର ମନ୍ଦିର ପରିସରରେ ବିଦ୍ୟା ପାଇଁ ଛୋଟରୁ ବଡ଼ ପିଲା ଭିକ୍ଷା କରିଥାନ୍ତି ।