କଟକ:ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା । ଏହି ମାମଲା ପରିବାର ଅଦାଲତ କନସିଲେସନ କେନ୍ଦ୍ରରେ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଥିବାରୁ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ । ଧାର୍ଯ୍ୟ ସମୟରେ ମାମଲାର ଶୁଣାଣି କରିବାକୁ ସାଂସଦ ତଥା ଅଭିନେତା ଅନୁଭବ କୋର୍ଟରେ ଆବେଦନ କରିଥିଲେ ।
ପରିବାର ଅଦାଲତ କନସିଲେସନ କେନ୍ଦ୍ରରେ ଏହି ମାମଲା ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଛି । ଏଣୁ ମାମଲାକୁ ଶେଷ କରିଛନ୍ତି ହାଇକୋର୍ଟ । ଧାର୍ଯ୍ୟ ସମୟରେ ମାମଲାର ଶୁଣାଣି ଶେଷ କରିବାକୁ ହୋଇଥିଲା ଏହି ଆବେଦନ । ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ହୋଇଥିଲା ଆବେଦନ । ତେବେ ମାମଲା ପାରିବାରିକ କୋର୍ଟରେ ଶୁଣାଣି ଅଗ୍ରଗତି ହୋଇଥିବାରୁ ହାଇକୋର୍ଟ ଅନୁଭବଙ୍କ ଆବେଦନ ଶୁଣାଣିର ଅନ୍ତ ଘଟାଇଛନ୍ତି ।