କଟକ:ଆକାଶ ଛୁଆଁ ବିଲାତି ଦର । କିଛି ଦିନ ପୂର୍ବେ ସ୍ୱାଭାବିକ ଦରରେ ବଜାରରରେ ବିକ୍ରୟ ହେଉଥିବା ବେଳେ ଏବେ ଏହା ତିନି ଗୁଣ ବୃଦ୍ଧି ପାଇଛି । ସ୍ଥିତି ଏମିତିକି ବିଲାତି କିଣିବାକୁ ଡରିଲେଣି ଖାଉଟି । ପ୍ରାୟ ଏକ ସପ୍ତାହ ପୂର୍ବେ ବିଲାତି କିଲୋ ପ୍ରତି ୨୦ ରୁ ୩୦ ଟଙ୍କା ଦରରେ ବଜାରରେ ବିକ୍ରୟ ହେଉଥିବା ବେଳେ ପ୍ରାୟ ୩ ଗୁଣ ବୃଦ୍ଧି ପାଇ ଏବେ କିଲୋପ୍ରତି ୭୦ ରୁ ୮୦ ଟଙ୍କାରେ ବିକ୍ରୟ ହେଉଛି ।
ବିଲାତିର ଏପରି ଦର ବୃଦ୍ଧି ଖାଉଟିଙ୍କୁ ବେଶ ପ୍ରଭାବିତ କରିଛି । ଏକ କିଲୋ କିଣିବା ପରିବର୍ତ୍ତେ ୨୦୦ ଗ୍ରାମ କିମ୍ବା ୨୫୦ ଗ୍ରାମ ନେଇ ଚଳାଇବାକୁ ପଡୁଛି । ତେବେ ବିଲାତି ଦର ହଠାତ ବୃଦ୍ଧି ହେବାରୁ ଖାଉଟିଙ୍କ ମନରେ ଉଦବେଗ ପ୍ରକାଶ ପାଇଛି । ବାତ୍ୟା ଆଳ ଦେଖାଇ ବ୍ୟବସାୟୀ ମାନେ ଆସାଧୁ ଭାବରେ ଦର ବୃଦ୍ଧି କରୁଥିବା ଅଭିଯୋଗ କରିଛନ୍ତି ଖାଉଟି।