ଓଡିଶା

odisha

ETV Bharat / city

ଆଜି କଟକରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ - କଟକରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ

ଆଜି କଟକରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହି ମେଗା ପ୍ଲାଣ୍ଟର ଶୁଭାରମ୍ଭ ଦ୍ୱାରା କଟକର ପ୍ରତି ଘରେ 24 ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ପହଞ୍ଚିବ । ଅଧିକ ପଢନ୍ତୁ

ଆଜି କଟକରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ
ଆଜି କଟକରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ

By

Published : Jan 6, 2022, 8:56 AM IST

କଟକ:ଆଜି କଟକ ସହରରର ବହୁପ୍ରତିକ୍ଷିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ (water treatment plant in Cuttack) ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବାଲିଯାତ୍ରା ପଡିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭିସି ଯୋଗେ ମୁଖ୍ୟମନ୍ତ୍ରୀ ଏହାକୁ କଟକ ସହରବାସୀଙ୍କୁ ଉତ୍ସର୍ଗ କରିବେ। ଏହି ମେଗା ପ୍ଲାଣ୍ଟର ଶୁଭାରମ୍ଭ ଦ୍ୱାରା କଟକର ପ୍ରତି ଘରେ 24 ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ପହଞ୍ଚିବ । ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ସହର ଓ ଏହାର ଉପକଣ୍ଠ ଅଞ୍ଚଳର ପ୍ରାୟ 10 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପିଇବା ପାଣି ପାଇଁ ଭୂତଳ ଜଳ ଉପରେ ନିର୍ଭର କରୁଥିଲେ । ଫଳରେ ଦୂଷିତ ପାଣି ପିଇ ସହରବାସୀ ଅନେକ ରୋଗରେ ପଡୁଛନ୍ତି। ଏ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ୱଜଳ ଯୋଜନା ମାଧ୍ୟମରେ ମହାନଦୀରୁ ପାଣି ଅଣାଯାଇ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ବିଶୁଦ୍ଧ କରାଯାଇ ନୂତନ ପାଇପ ଲାଇନରେ ଘରକୁ ଘର ସପ୍ଲାଇ କରାଯିବ। ଡେସେମ୍ବର 2023 ସୁଦ୍ଧା ସଂଗ୍ରହ ସହରବାସୀ ଓ ଉପକଣ୍ଠରେ ରହୁଥିବା ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଯିବ। ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟରେ 2ଟି ଅଞ୍ଚଳ ସିଡିଏ ଜଗତପୁରକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ କରାଯିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details