ଓଡିଶା

odisha

ETV Bharat / city

ରାଜ୍ୟରେ ଅଶ୍ଲୀଳତା ଓ ନଗ୍ନତାକୁ ପ୍ରଶୟ ଦେଉଛି ଟିକ୍‌ଟକ୍‌: ହାଇକୋର୍ଟ - ଟିକ୍‌ଟକ୍‌କୁ ହାଇକୋର୍ଟଙ୍କ ତାତ୍ସଲ୍ୟ

ଟିକ୍‌ଟକ୍‌ ଭିଡିଓକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ । ସମ୍ବଲପୁରର ଏକ ମାମଲାର ବିଚାର କରୁଥିବା ବେଳେ ହାଇକୋର୍ଟ ଟିକଟକ ଭିଡିଓକୁ ନେଇ ତାତ୍ସଲ୍ୟ କରିଛନ୍ତି । ରାଜ୍ୟରେ ଅଶ୍ଲୀଳତା ଓ ନଗ୍ନତାକୁ ଟିକ୍‌ଟକ୍‌ ପ୍ରଶୟ ଦେଉଥିବା ହାଇକୋର୍ଟ କହିଛନ୍ତି ।

tiktok effect in odisha, cuttack latest news, highcourt mocks tiktok, tiktok issue in highcourt, ଓଡିଶାରେ ଟିକ୍‌ଟକ୍‌ ପ୍ରଭାବ, କଟକ ଲାଟେଷ୍ଟ ନ୍ୟୁଜ୍‌, ଟିକ୍‌ଟକ୍‌କୁ ହାଇକୋର୍ଟଙ୍କ ତାତ୍ସଲ୍ୟ, ହାଇକୋର୍ଟରେ ଟିକ୍‌ଟକ୍‌ ପ୍ରସଙ୍ଗ
ରାଜ୍ୟରେ ଅଶ୍ଲୀଳତା ଓ ନଗ୍ନତାକୁ ପ୍ରଶୟ ଦେଉଛି ଟିକ୍‌ଟକ୍‌: ହାଇକୋର୍ଟ

By

Published : May 29, 2020, 11:15 PM IST

କଟକ: ଟିକ୍‌ଟକ୍‌ ଭିଡିଓକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ । ସମ୍ବଲପୁରର ଏକ ମାମଲାର ବିଚାର କରୁଥିବା ବେଳେ ହାଇକୋର୍ଟ ଟିକଟକ ଭିଡିଓକୁ ନେଇ ତାତ୍ସଲ୍ୟ କରିଛନ୍ତି । ରାଜ୍ୟରେ ଅଶ୍ଲୀଳତା ଓ ନଗ୍ନତାକୁ ଟିକ୍‌ଟକ୍‌ ପ୍ରଶୟ ଦେଉଥିବା ହାଇକୋର୍ଟ କହିଛନ୍ତି । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏନେଇ ଅନେକ ଜୀବନ ଓ ସମ୍ମାନହାନି ଘଟୁଥିବା କୋର୍ଟ କହିଛନ୍ତି । ଏମିତିରେ ସମ୍ବଲପୁର ସହରରେ ଟିକ୍‌ଟକ୍‌ ଭିଡିଓକୁ ନେଇ ଜଣେ ସ୍ବାମୀଙ୍କର ଜୀବନ ଚାଲି ଯାଇଥିଲା ।

ସମ୍ପୃକ୍ତ ଘଟଣାରେ ସ୍ବାମୀଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପତ୍ନୀ ଓ ତାଙ୍କର ପ୍ରେମିକଙ୍କୁ ଗିରଫ କରିଥିଲା ଧନୁପାଲି ଥାନା ପୋଲିସ । ତେବେ ଜାମିନ ପାଇଁ ପତ୍ନୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । କୋର୍ଟ ପତ୍ନୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ସହ ଟିକ୍‌ଟକ୍‌ ଭିଡିଓକୁ ତାତ୍ସଲ୍ୟ କରିଛନ୍ତି । ଏଥିସହ ଏସବୁ ରୋକିବାକୁ ରାଜ୍ୟ ସାଇବର ସେଲକୁ ତଦନ୍ତ କଡାକଡି କରିବା ଆବଶ୍ୟକ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details