କଟକ: ବିଭିନ୍ନ ଦାବି ନେଇ ଆସନ୍ତାକାଲି(ବୁଧବାର) ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ସହରରେ 12 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଜାତୀୟ ରାଜପଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ବୁଧବାର ଭାରତ ବନ୍ଦ, କଟକ ଜଗିବେ 12 ପ୍ଲାଟୁନ ଫୋର୍ସ - tight security for bandha in cuttack
ବିଭିନ୍ନ ଦାବି ନେଇ ଆସନ୍ତାକାଲି(ବୁଧବାର) ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ସହରରେ 12 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।
ବୁଧବାର ଭାରତ ବନ୍ଦ, କଟକ ଜଗିବେ 12 ପ୍ଲାଟୁନ ଫୋର୍ସ
ଜାତୀୟ ରାଜପଥରେ ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିପାଇଁ ଜାତୀୟ ରାଜପଥରେ ସ୍ବତନ୍ତ୍ର ଫୋର୍ସ ମୁତୟନ କରାଯିବ। ସୁରକ୍ଷାକୁ ତଦାରଖ କରିବାପାଇଁ ଜଣେ ଅତିରିକ୍ତ ଏସପି, ଏସିପି, ପୋଲିସ ଇନ୍ସପେକ୍ଟରଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ରେଳ ଷ୍ଟେସନରେ ସୁରକ୍ଷା ପାଇଁ ଜଣେ ଅତିରିକ୍ତ ଏସପି, ଇନ୍ସପେକ୍ଟରଙ୍କୁ ଦାୟିତ୍ବ ଦିଆଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ