ଓଡିଶା

odisha

ETV Bharat / city

ମୁଣ୍ଡଳି ବ୍ୟାରେଜ ପାଖରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୩ ମତ୍ସ୍ୟଜୀବୀ - ମହାନଦୀରେ ଅଘଟଣ

ମୁଣ୍ତଳି ବ୍ୟାରେଜ ପାଖରେ ଡଙ୍ଗାବୁଡି ଘଟଣା। ସାତଜଣ ମତ୍ସ୍ୟଜୀବୀଙ୍କ ସାହାଯ୍ୟ ପାଇଁ ତିନୋଟି ଜୀବନ ବଞ୍ଚିଯାଇଛି। ମତ୍ସ୍ୟଜୀବୀଙ୍କ ଏଭଳି ସାହାସିକତା କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି। ଅଧିକ ଖବର ପଢନ୍ତୁ...

ମୁଣ୍ଡୁଳି ବ୍ୟାରେଜ ପାଖରେ ବୁଡିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ୩ ମତ୍ସ୍ୟଜୀବି

By

Published : Nov 6, 2019, 8:55 PM IST

କଟକ:ମହାନଦୀରେ ଅଘଟଣ। ମୁଣ୍ତଳି ବ୍ୟାରେଜ ପାଖରେ ବୁଡିଲା ଡଙ୍ଗା । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡଙ୍ଗାରେ ଥିବା ମତ୍ସ୍ୟଜୀବୀ। ଘଟଣାରୁ ପ୍ରକାଶ ଯେ, ବୁଧବାର ମୁଣ୍ଡଳି ଗ୍ରାମର ତିନିଜଣ ମତ୍ସ୍ୟଜୀବୀ କାଠୁଆ ଡଙ୍ଗାରେ ମାଛ ମାରୁଥିବା ବେଳେ ହଠାତ ଡଙ୍ଗାଟି ଭାରସାମ୍ୟ ହରାଇବା ସହ ଡଙ୍ଗା ଭିତରେ ପାଣି ପଶିଯାଇଥିଲା।

ଡଙ୍ଗାଟି ବୁଡିବା ସମୟରେ ସେଠାରେ ମାଛ ମାରୁଥିବା ଅନ୍ୟ ମତ୍ସ୍ୟଜୀବୀ ଦୁଇଟି ଡଙ୍ଗା ନେଇ ବୁଡୁଥିବା ଡଙ୍ଗା ନିକଟରେ ପହଞ୍ଚି 3ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି। ଏହାସହ ମତ୍ସ୍ୟଜୀବୀଙ୍କ ସହାୟତାରେ ଡଙ୍ଗାକୁ ମଧ୍ୟ ଉଦ୍ଧାର କରାଯାଇଛି। ସାତଜଣ ମତ୍ସ୍ୟଜୀବୀଙ୍କ ସାହାଯ୍ୟ ପାଇଁ ଆଜି ତିନୋଟି ଜୀବନ ବଞ୍ଚିଯାଇଛି । ମତ୍ସ୍ୟଜୀବୀଙ୍କ ଏଭଳି ସାହାସିକତା କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।

ମୁଣ୍ଡୁଳି ବ୍ୟାରେଜ ପାଖରେ ବୁଡିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ୩ ମତ୍ସ୍ୟଜୀବି

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details