କଟକ : ତିଗିରିଆ ଥାନା ଭିରୁଡ଼ା ଡବଲ ମଡର ଘଟଣାରେ ଆଉ ୩ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଠେଙ୍ଗାବାଡି ଜବତ କରିଛି ତିଗିରିଆ ଥାନା ପୋଲିସ । ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ପୋଲିସ ୩ଟି ସ୍ଥାନରେ ରେଡ୍ କରିଥିଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଠଗଡ଼ SDPO ବିଜୟ କୁମାର ବିଶି ।
ଗତ ଜୁଲାଇ ୭ତାରିଖରେ ଭିରୁଡ଼ା ଛକରେ ସର୍ବସାଧାରଣଙ୍କ ସାମ୍ନାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୫ ଜଣ ଯୁବକ ଦୁଇ ଭାଇଙ୍କୁ ପ୍ରଥମେ ଠେଙ୍ଗାବାଡ଼ି ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାପରେ ସେମାନଙ୍କ ଉପରେ ଟ୍ରକ ଚଢ଼ାଇ ଦେଇଥିଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ମିଶାଇ ମୋଟ ୪ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଟ୍ରକ ଡ୍ରାଇଭରକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।