ଓଡିଶା

odisha

ETV Bharat / city

କଟକରେ ଖୁବଶୀଘ୍ର ଆରମ୍ଭ ହେବ ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ

କଟକରେ ଦୁଇଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସରକାରଙ୍କର ଏହି ପଦକ୍ଷେପକୁ ସବୁ ଦିଗରୁ ପ୍ରଶଂସା କରାଯାଉଛି । ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଅଧିକ ପଢନ୍ତୁ...

By

Published : Aug 13, 2021, 9:36 AM IST

କଟକରେ ଦୁଇଟି ସ୍ଥାନରେ ହେବ ଇନଡୋର ଷ୍ଟାଡିୟମ
କଟକରେ ଦୁଇଟି ସ୍ଥାନରେ ହେବ ଇନଡୋର ଷ୍ଟାଡିୟମ

କଟକ: ରାଜ୍ୟରେ ଖେଳର ବିକାଶ ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏନେଇ ଅନେକ ନୂଆ ନୂଆ ଯୋଜନା ମଧ୍ୟ କରିଛନ୍ତି । ରାଜ୍ୟରେ ରାଜ୍ୟରେ 89ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ନବୀନ ମୋହର ମାରିଛନ୍ତି । କଟକରେ ଦୁଇଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସରକାରଙ୍କର ଏହି ପଦକ୍ଷେପକୁ ସବୁ ଦିଗରୁ ପ୍ରଶଂସା କରାଯାଉଛି । ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

କଟକରେ ଦୁଇଟି ସ୍ଥାନରେ ହେବ ଇନଡୋର ଷ୍ଟାଡିୟମ

କ୍ରୀଡା ଜଗତରେ କଟକର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । କଟକରେ ଷ୍ଟାଡିୟମ ନିର୍ମାଣ ପାଇଁ ତିନୋଟି ସ୍ଥାନ ଚିହ୍ନଟ କରାଯାଇଛି । ଅଲମ୍ପିକ ସଙ୍ଘ କମ୍ପ୍ଲେକ୍ସ ମଧ୍ୟରେ ଏହା ଯଦି ନିର୍ମାଣ ହୁଏ ତେବେ ଖେଳାଳି ମାନଙ୍କ ରହିବା ପ୍ରଶିକ୍ଷଣ ସବୁ ଦିଗ ପାଇଁ ଏହା ଭଲ । ଖୁବ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ ଓ କ୍ରୀଡ଼ାବିତଙ୍କ ମୁହଁରେ ହସ ଫୁଟିବ ବୋଲି କହିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

କ୍ରୀଡାବିତଙ୍କ ସାମର୍ଥ୍ୟକୁ ଆହୁରି ସମର୍ଥନ କରି ସେମାନଙ୍କ ପାଇଁ କ୍ରୀଡା ଭଣ୍ଡାର ଖୋଲିଛନ୍ତି ରାଜ୍ୟ ସରକାର । ଯାହା ରାଜ୍ୟ କ୍ରୀଡା ପାଇଁ ଏକ ବଡ ସଫଳତା ହାସଲ କରିବାରେ ସହାୟକ ହେବ । ଏହା ସହିତ ରାଜ୍ୟ କ୍ରୀଡାରେ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡି ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details