ଓଡିଶା

odisha

ETV Bharat / city

ଟେଣ୍ଡରଧାରୀଙ୍କ ମନମାନିକୁ ନେଇ CMC କମିଶନରଙ୍କୁ ଭେଟିଲା ସଙ୍ଘ - All Odisha Non veg traders federation

ନିଲାମଧାରୀ ବ୍ୟକ୍ତି ଟେଣ୍ଡର ଆକାରରେ କିଲଖାନାକୁ ମାଂସ ବ୍ୟବସାୟୀଙ୍କୁ ନିଲାମ କରିବାକୁ ନେଇ ଦୃଢ ବିରୋଧ କରିଛି ସଂଘ । ନିଲାମ ପ୍ରକ୍ରିୟାରେ ବ୍ୟବସାୟୀଙ୍କୁ ଜୁଲମ କରୁଥିବା ଅଭିଯୋଗରେ କମିଶନରଙ୍କୁ ଭେଟିଲା ସଙ୍ଘ । ଅଧିକ ପଢନ୍ତୁ...

ଟେଣ୍ଡରଧାରୀଙ୍କ ମନମାନିକୁ ନେଇ CMC କମିଶନରଙ୍କୁ ଭେଟିଲା ସଙ୍ଘ
ଟେଣ୍ଡରଧାରୀଙ୍କ ମନମାନିକୁ ନେଇ CMC କମିଶନରଙ୍କୁ ଭେଟିଲା ସଙ୍ଘ

By

Published : Jul 13, 2021, 5:47 PM IST

କଟକ: ନେହେରୁ ପଲ୍ଲୀ କିଲଖାନାର ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କ ମାନମାନି ବିରୁଦ୍ଧରେ ତେଜିଲା ଆନ୍ଦୋଳନ । ନିଲାମ ନେଇଥିବା ବ୍ୟକ୍ତିଙ୍କ ନିଲାମୀକୁ ରଦ୍ଦ କରିବା ପାଇଁ CMC କମିଶନରଙ୍କୁ ଭେଟିଲା ଅଲ ଓଡିଶା ନନ୍ ଭେଜ ଟ୍ରେଡ଼ର୍ସ ଫେଡେରେସନ ।

ଟେଣ୍ଡରଧାରୀଙ୍କ ମନମାନିକୁ ନେଇ CMC କମିଶନରଙ୍କୁ ଭେଟିଲା ସଙ୍ଘ
ସୂଚନାନୁଯାୟୀ କଟକ ମହାନଗର ନିଗମର ୫୪ ନମ୍ବର ୱାର୍ଡର ନେହେରୁପଲ୍ଲୀ ଠାରେ ଥିବା କିଲଖାନାକୁ ଏକ ଜନୈକ ବ୍ୟକ୍ତି ୮୦, ୦୧୧ ଟଙ୍କାରେ ନିଲାମ ନେଇଥିବା ବେଳେ ପ୍ରତ୍ୟେକ ମାସରେ ସେଠାରେ ମାଂସ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ ୪୦ ହଜାର ଟଙ୍କା ଦେବା ପାଇଁ ଜୁଲମ କରୁଛନ୍ତି । ବାର୍ଷିକ ୮୦ ହଜାର ଟଙ୍କାର ନିଲାମ ନେଇ ବ୍ୟବସାୟୀ ମାନଙ୍କ ଠାରୁ ୪ ଲକ୍ଷ ୮୦ ହଜାର ଆଦାୟ କରିବା ଲକ୍ଷ୍ୟରେ ଅଛନ୍ତି ଯାହାକୁ ବିରୋଧ କରିଛି ସଂଘ ।

ଯଦି ମହାନଗର ନିଗମ ଉକ୍ତ ନିଲାମଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details