ଓଡିଶା

odisha

ETV Bharat / city

ବେଲେଶ୍ବର ମର୍ଡର ମିଷ୍ଟ୍ରି, ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ମୃତ ଦମ୍ପତିଙ୍କ ପୁଅ ଝିଅ - ହତ୍ୟା ବାପାମାଆଙ୍କ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଖବର

ବାପା, ମାଆଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଧରିବାକୁ ନିବେଦନ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ପୁଅ । ଅଧିକ ପଢନ୍ତୁ...

ବେଲେଶ୍ବର ମର୍ଡର ମିଷ୍ଟ୍ରି, ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୁଅ
ବେଲେଶ୍ବର ମର୍ଡର ମିଷ୍ଟ୍ରି, ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୁଅ

By

Published : Dec 6, 2020, 3:45 PM IST

Updated : Dec 6, 2020, 4:02 PM IST

କଟକ: ରାଜ୍ୟରେ ଫାଇଲ୍ ତଳେ ପଡିରହିଛି ଅନେକ ହତ୍ୟାକାଣ୍ଡ । ନ୍ୟାୟଦାବି ନେଇ କିଏ ବିଧାନସଭା ସମ୍ମୁଖରେ ଆତ୍ମଦାହ ଉଦ୍ୟମ କଲାଣି ତ ଆଉ କିଏ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲାଣି । ଏହି ପରିପ୍ରେକ୍ଷୀରେ ଦେଖିବାକୁ ମିଳିଛି ଆଉ ଏକ ସମ୍ବେଦନଶୀଳ ଘଟଣା । ବାପା ଓ ମାଆଙ୍କ ହତ୍ୟାକାଣ୍ଡର ଦୋଷୀକୁ ଶୀଘ୍ର ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ପୁଅ ।

ବେଲେଶ୍ବର ମର୍ଡର ମିଷ୍ଟ୍ରି, ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୁଅଝିଅ

ସୂଚନା ମୁତାବକ କଟକ ଜିଲ୍ଲା ନୂଆ ବଜାରସ୍ଥିତ ବେଲେଶ୍ବର ଅଞ୍ଚଳରେ ହୋଇଥିଲା ଡବଲ୍ ମର୍ଡର । 2019 ମସିହା ଡିସେମ୍ବର 19 ତାରିଖ ସନ୍ଧ୍ୟା ସାଢେ 6ଟା ମସୟରେ ଅଞ୍ଚଳର ଶ୍ରୀନାଥ ସାମଲ ଓ ବିଦୁଲତା ସାମଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ଘଟଣାକୁ ବର୍ଷେ ପୁରିବାକୁ ଯାଉଥିଲେ ମଧ୍ୟ ଏଯାବତ୍ ଦୋଷୀକୁ ଗିରଫ କରିନାହିଁ ପୋଲିସ । ଯାହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ଦମ୍ପତିଙ୍କ ପୁଅ ରବୀନ୍ଦ୍ର ସାମଲ । ଏଥିସହ ନ୍ୟାୟ ଦାବିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ବେଲେଶ୍ବର ମର୍ଡର ମିଷ୍ଟ୍ରି, ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୁଅ

ରବୀନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ,' ଶୀଘ୍ର ମୋ ବାପାମାଆଙ୍କ ହତ୍ୟାକାରୀଙ୍କୁ ଗିରଫ କରାଯାଉ । ଘଟଣାକୁ କିଛିଦିନ ପରେ ବର୍ଷେ ପୁରିବ । ଏଯାବତ ପୋଲିସ ହାତ ଖାଲି । ଯେପରି ଅନେକ ସମ୍ବେଦନଶୀଳ ଘଟଣାକୁ ମୁଖ୍ୟମନ୍ତ୍ରୀ ନିଜେ ହିଁ ନ୍ୟାୟ ଦେବାପାଇଁ ଆଗେଇ ଆସନ୍ତି ସେହିପରି ମୋ ବାପାମାଆଙ୍କ ହତ୍ୟା କିଏ କରିଛି ତାହା ଶୀଘ୍ର ଲୋକଲୋଚନକୁ ଆଣନ୍ତୁ ।'

ବେଲେଶ୍ବର ମର୍ଡର ମିଷ୍ଟ୍ରି, ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୁଅ

ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ହେଉ କି ସିବିଆଇ ଯେଉଁ ମାଧ୍ୟମରେ ହେଉ ନା କାହିଁକି ଶୀଘ୍ର ଏହି ମାମଲାରେ ପୂର୍ଣ୍ଣଛେଦ ପଡିବା ଦରକାର ବୋଲି ପୁଅ ରବିନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହ ଆମ ପରିବାର ଶାନ୍ତିରେ ଶୋଇପାରୁନାହୁଁ ବୋଲି ସେ କହିଛନ୍ତି । ଅନ୍ୟପଟେ ମୃତ ଦମ୍ପତିଙ୍କ ଝିଅ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ତାଙ୍କ ପରିବାରକୁ ଧମକ ଦିଆଯାଉଥିବା ସେ କହିଛନ୍ତି ।

ବେଲେଶ୍ବର ମର୍ଡର ମିଷ୍ଟ୍ରି, ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୁଅ

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 6, 2020, 4:02 PM IST

ABOUT THE AUTHOR

...view details