ଓଡିଶା

odisha

ETV Bharat / city

ଚଳିତ ବର୍ଷ 13ଟି ଭାଷାରେ NEET(UG) ପରୀକ୍ଷା, ଯୋଡିହେଲା ଆଉ 2 ଭାଷା - ନିଟ(ୟୁଜି) ପରୀକ୍ଷା

ଆଞ୍ଚଳିକ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ନେଇ ଚଳିତ ବର୍ଷ 13 ଟି ଭାଷାରେ ହେବ NEET(UG) ପରୀକ୍ଷା । ଅଧିକ ପଢନ୍ତୁ...

ଚଳିତ ବର୍ଷ 13ଟି ଭାଷାରେ  NEET(UG) ପରୀକ୍ଷା
ଚଳିତ ବର୍ଷ 13ଟି ଭାଷାରେ NEET(UG) ପରୀକ୍ଷାଚଳିତ ବର୍ଷ 13ଟି ଭାଷାରେ NEET(UG) ପରୀକ୍ଷା

By

Published : Jul 14, 2021, 9:50 AM IST

ଭୁବନେଶ୍ବର: ଚଳିତ ବର୍ଷ 13 ଟି ଭାଷାରେ NEET(UG) ପରୀକ୍ଷା କରାଯିବ। ଆଞ୍ଚଳିକ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ନେଇ ଚଳିତ ବର୍ଷ 13 ଟି ଭାଷାରେ ହେବ NEET(UG) ପରୀକ୍ଷା ।

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ଏବର୍ଷ ଆଉ 2ଟି ଭାଷା ପଞ୍ଜାବୀ ଓ ମାଲାୟଲମ୍ ଯୋଡ଼ି ହୋଇଛି । ପୂର୍ବରୁ ହିନ୍ଦୀ, ବଙ୍ଗାଳୀ, ଆସାମୀ, ଓଡ଼ିଆ, ଗୁଜୁରାଟି, ମରାଠୀ, ତେଲୁଗୁ, କନ୍ନଡ଼, ତାମିଲ, ଉର୍ଦ୍ଦୁ ଏବଂ ଇଂରାଜୀ ।

ସମସ୍ତ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବାର ପ୍ରଧାନମନ୍ତ୍ରୀ ଏକ ନୂଆ ଭିଜନ ଆରମ୍ଭ କରିଛନ୍ତି। ତେବେ କୋରୋନା ପାଇଁ ମଧ୍ୟ ପୂର୍ବ ଭାରତୀୟ ଛାତ୍ର ସମ୍ପ୍ରଦାୟକୁ ସୁଗମ କରିବା ପାଇଁ କୁଏତରେ ପରୀକ୍ଷା କେନ୍ଦ୍ର କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details