କଟକ: କୋରୋନା ଲଢେଇରେ ଯୋଦ୍ଧା ସାଜିଥିବା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ସୁରକ୍ଷା ପାଇଁ ଡିଜିଙ୍କୁ ଭେଟିଲେ ଆଇମଏ ଓଡିଶା ଶାଖା । କିଭଳି ଏହି ଘଡିସନ୍ଧି ମୁହୂର୍ତ୍ତରେ କୋରୋନାର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କର୍ମୀ ସୁରକ୍ଷିତ ରହିବେ ଓ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେହି ଦିଗରେ ହୋଇଛି ପୁଙ୍ଖାନୁପୁଙ୍ଖ ଆଲୋଚନା ।
ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନେଇ ଡିଜିଙ୍କୁ ଭେଟିଲା ଆଇଏମଏ ଓଡିଶା ଶାଖା - cuttack
ଡାକ୍ତର ଓ ସ୍ୱାସ୍ତ୍ୟକର୍ମୀଙ୍କ ସୁରକ୍ଷା ନେଇ ଡିଜିଙ୍କୁ ଭେଟିଲା ଆଇଏମଏ ଓଡିଶା ଶାଖା । ଅଧିକ ପଢନ୍ତୁ...
ଡାକ୍ତର ଓ ସ୍ୱାସ୍ତ୍ୟକର୍ମୀଙ୍କ ସୁରକ୍ଷା ନେଇ ଡିଜିଙ୍କୁ ଭେଟିଲା ଆଇଏମଏ ଓଡିଶା ଶାଖା
ଏହାସହ ବର୍ତ୍ତମାନ ସମୟରେ ପୋଲିସର କର୍ତ୍ତବ୍ୟକୁ ମଧ୍ୟ ପ୍ରଶଂସା କରିଥିଲା ସଂଘ । ଏହାଛଡା ଜିଲାସ୍ତରରେ ପୋଲିସ ଓ ଆଇଏମଏ କର୍ମଚାରୀଙ୍କ ମଧ୍ୟରେ ଯେପରି ଭଲ ସମନ୍ବୟ ରହିବ ସେଥିପାଇଁ ମଧ୍ୟ ଡିଜିଙ୍କୁ ଅନୁରୋଧ କରିଥିଲେ ସଂଘ କର୍ମକର୍ତ୍ତା । ତେବେ ଏହି ବୈଠକରେ ଆଇଏମଏ ଓଡିଶା ଶାଖାର ପୁର୍ବତନ ସଭାପତି ଡ଼ଃ ପୂର୍ଣଚନ୍ଦ୍ର ମହାପାତ୍ର , ବର୍ତ୍ତମାନ ସଭାପତି ନିବେଦିତା ପାଣି ପ୍ରମୁଖ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ