କଟକ: ପୂଜା ମଣ୍ଡପ ମୂର୍ତ୍ତି ନିର୍ମାଣକୁ ନେଇ ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମା ସମ୍ପର୍କରେ କୋର୍ଟରେ ଆଜି(ବୁଧବାର) ଶୁଣାଣି ହୋଇଛି। ଏନେଇ ଜବାବ ରଖିବାକୁ ପୋଲିସ କମିଶନରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୂଜା ମଣ୍ଡପକୁ ସୁରକ୍ଷା ଦେଲେ ହାଇକୋର୍ଟ, ପୋଲିସ କମିଶନର ଜବାବ ରଖିବାକୁ ନିର୍ଦ୍ଦେଶ - କଟକ
ମୂର୍ତ୍ତି ନିର୍ମାଣକୁ ନେଇ ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମା ସମ୍ପର୍କରେ କୋର୍ଟରେ ଆଜି(ବୁଧବାର) ଶୁଣାଣି ହୋଇଛି। ଏନେଇ ଜବାବ ରଖିବାକୁ ପୋଲିସ କମିଶନରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୂଜା ମଣ୍ଡପକୁ ସୁରକ୍ଷା ଦେଲେ ହାଇକୋର୍ଟ
ଆସନ୍ତା ଅକ୍ଟୋବର 7 ତାରିଖ ମଧ୍ୟରେ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନିର୍ମାଣ ହୋଇଥିବା ମୂର୍ତ୍ତିକୁ ସୁରକ୍ଷା ଦେଇଛନ୍ତି କୋର୍ଟ। ନିର୍ମାଣ ହୋଇଥିବା ମୂର୍ତ୍ତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅକ୍ଟୋବର 9 ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ