ଓଡିଶା

odisha

ETV Bharat / city

ରଥଯାତ୍ରା ଅଗ୍ରଗତି ସମ୍ପର୍କରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ରଥଯାତ୍ରା ଅଗ୍ରଗତି

ରାଜ୍ୟ ସରକାର କୋରୋନା ସଂକ୍ରମଣକୁ ପ୍ରତିହିତ କରି କିଭଳି ମେକାନିକାଲ ଅବା ଟେକନିକାଲ ବ୍ୟବସ୍ଥାରେ ରଥଯାତ୍ରା କରିବେ, ସେ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଅଧିକ ପଢନ୍ତୁ..

the-high-court-has-ordered-the-progress-of-the-procession
the-high-court-has-ordered-the-progress-of-the-procession

By

Published : Jun 2, 2020, 4:53 PM IST

କଟକ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାର କୋରୋନା ସଂକ୍ରମଣକୁ ପ୍ରତିହିତ କରି କିଭଳି ମେକାନିକାଲ ଅବା ଟେକନିକାଲ ବ୍ୟବସ୍ଥାରେ ରଥଯାତ୍ରା କରିବେ, ସେ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ ।

ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଛି। କୋରୋନା କାରଣରୁ ରଥଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ସୂଚନାଯୋଗ୍ୟ ପୂର୍ବରୁ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଜୁନ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିଲା। ଇତି ମଧ୍ୟରେ ରଥଯାତ୍ରା ସ୍ଥଗିତ ରଖିବା ପାଇଁ ଅନ୍ୟ ଏକ ମାମଲା ଦାୟର ହୋଇଥିଲାବେଳେ ଏହି ମାମଲା ଉପରେ ଅନ୍ୟ ୪ ଜଣ ଇଣ୍ଟରଭେନର ମଧ୍ୟ ହୋଇଛନ୍ତି । ଏହାରି ଭିତରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details