ଓଡିଶା

odisha

ETV Bharat / city

ଗଣେଶ ପରେ କାଳୀ ପୂଜା, କୋରୋନା ପାଇଁ ସିଲଭରସିଟିରେ ଫିକା ପଡିବ ପାର୍ବଣ ଉତ୍ସବ - କାଳୀପୂଜା

କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଐତିହାସିକ ବିଦ୍ୟାଧରପୁରରେ କାଳୀପୂଜା ଫିକା ପଡ଼ିଛି । ଚଳିତ ବର୍ଷ କାଳୀପୂଜାକୁ ନେଇ କୌଣସି ସାଜସଜ୍ଜା କରାଯାଇନାହିଁ । ଖାଁ ଖାଁ ଲାଗୁଛି ପୂରା ବିଦ୍ୟାଧରପୁର ଅଞ୍ଚଳ। ଅଧିକ ପଢ଼ନ୍ତୁ...

କୋରୋନା ମହାମାରୀ ଯୋଗୁଁ ଫିକା ପଡ଼ିବ ପ୍ରସିଦ୍ଧ ବିଦ୍ୟାଧରପୁର କାଳୀପୂଜା
କୋରୋନା ମହାମାରୀ ଯୋଗୁଁ ଫିକା ପଡ଼ିବ ପ୍ରସିଦ୍ଧ ବିଦ୍ୟାଧରପୁର କାଳୀପୂଜା

By

Published : Nov 12, 2020, 10:48 PM IST

କଟକ: କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ସମସ୍ତ ପ୍ରକାର ପୂଜା ପାର୍ବଣ ଫିକା ପଡ଼ିଛି । ଦେବୀ ମା' କାଳୀଙ୍କ ପୂଜା ମଧ୍ୟ ଏଥିରୁ ବାଦ ପଡ଼ିଲା ନାହିଁ । ଓଡ଼ିଶାରେ କଟକର ବିଦ୍ୟାଧରପୁର ଅଞ୍ଚଳ କାଳୀ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି । ତେବେ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଐତିହାସିକ ବିଦ୍ୟାଧରପୁରରେ ବି କାଳୀପୂଜା ଫିକା ପଡ଼ିଛି । ଏଭଳି ସ୍ଥିତିକୁ ନେଇ ବିଦ୍ୟାଧରପୁରବାସୀ ଦୁଃଖ ପ୍ରକାଶ କରିଛନ୍ତି ।

କୋରୋନା ମହାମାରୀ ଯୋଗୁଁ ଫିକା ପଡ଼ିବ ପ୍ରସିଦ୍ଧ ବିଦ୍ୟାଧରପୁର କାଳୀପୂଜା

ରାଜ୍ୟ ସରକାରଙ୍କ କୋଭିଡ କଟକଣା ଯୋଗୁଁ କେବଳ ପରମ୍ପରା ବଞ୍ଚାଇ ରଖିବାକୁ ବିଦ୍ୟାଧରପୁରରେ ଚଳିତଥର ମା'ଙ୍କ ମୃଣ୍ମୟୀ ମୂର୍ତ୍ତୀକୁ ପୂଜା କରାଯିବ । ପ୍ରତି ବର୍ଷ ବିଦ୍ୟାଧରପୁର ଅଞ୍ଚଳରେ ୨୮ ଟି ମଣ୍ଡପରେ ସାର୍ବଜନୀନ କାଳୀପୂଜା ଅନୁଷ୍ଠିତ ହୋଇଥାଏ। ତେବେ କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ କାଳୀପୂଜାକୁ ନେଇ କୌଣସି ସାଜସଜ୍ଜା କରାଯାଇନାହିଁ । ଖାଁ ଖାଁ ଲାଗୁଛି ପୂରା ବିଦ୍ୟାଧରପୁର ଅଞ୍ଚଳ । ଚଳିତ ବର୍ଷ ଭଷାଣ ଉତ୍ସବ ମଧ୍ୟ କରାଯିବନାହିଁ। ମା' କାଳୀଙ୍କ ପୂଜାକୁ ନେଇ କୌଣସି ପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରାଯିବ ନାହିଁ।

ଶହେ ବର୍ଷ ହେଲା ବିଦ୍ୟାଧରପୁର ଅଞ୍ଚଳରେ ମା' କାଳୀ ପୂଜା ହୋଇ ଆସୁଥିବା ନେଇ କିମ୍ବଦନ୍ତୀ ରହିଛି। ୧୯୧୩ ମସିହାରେ ଏଠାରେ ପ୍ରଥମେ କିଛି ବଙ୍ଗୀୟ ପରିବାର ମା' କାଳୀଙ୍କ ପୂଜା ଆରମ୍ଭ କରିଥିଲେ। ପରେ ସମୟ କ୍ରମେ ଏଠାରେ ମା'ଙ୍କ ପୀଠ ସ୍ଥାପନା କରିଥିଲେ। ଶହେ ବର୍ଷରୁ ଅଧିକ ସମୟ ହେଲା ବିଦ୍ୟାଧରପୁରରେ ମା' ପୂଜା ପାଇ ଆସୁଥିବା ନେଇ କିମ୍ବଦନ୍ତୀ ରହିଛି ।

ଚଳିତ ବର୍ଷ ମଧ୍ୟ ବିଦ୍ୟାଧରପୁର ଅଞ୍ଚଳରେ ୨୮ଟି ମଣ୍ଡପରେ ସାର୍ବଜନୀନ କାଳୀପୂଜା ଅନୁଷ୍ଠିତ ହେଉଛି । ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ଛୋଟ ଛୋଟ ମୃଣ୍ମୟୀ ମୂର୍ତ୍ତି କରି ପୂଜା କରିବା ପାଇଁ ପୂଜା କମିଟି ମାନେ ନିଷ୍ପତ୍ତି ନେଇଛନ୍ତି । ପ୍ରତି ବର୍ଷ ଧୂମଧାମରେ କାଳୀ ପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ଥର କେବଳ ପରମ୍ପରା ବଜାୟ ରଖିବାକୁ ମା'ଙ୍କ ପୂଜା କରାଯିବ।

ଏହାସହ କରୋନା ପାଇଁ ସମସ୍ତ ପୂଜା ମଣ୍ଡପରେ ପୂଜା ବଜେଟକୁ କମାଇ ଦିଆଯାଇଛି । ପ୍ରତି ମଣ୍ଡପରେ ପ୍ରତ୍ୟକ ବର୍ଷ ୧୦ ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲା । ତେବେ ଚଳିତବର୍ଷ ମାତ୍ର ୨ ଲକ୍ଷ ଟଙ୍କା ଭିତରେ ଖର୍ଚ୍ଚ କରାଯିବ ବୋଲି ମଣ୍ଡପ ପକ୍ଷରୁ କୁହାଯାଇଛି। ଆଗାମୀ ବର୍ଷକୁ ପୁଣି ଧୂମଧାମରେ ପୂଜା କରାଯିବା ନେଇ ପୂଜା କମିଟିମାନେ ଆଶାବାଦୀ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details