କଟକ:ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜାରି ଜାରି କଲା କ୍ରାଇମବ୍ରାଞ୍ଚ । ଆକାଉଣ୍ଟ ଖୋଲିବା ସମୟରେରେ ପ୍ରାଇଭେସି ପଲିସି ଭଲ ଭାବରେ ପଢନ୍ତୁ। ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜର ଅତି ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ।
ସାବଧାନ ସୋସିଆଲ ମିଡିଆ ବ୍ୟବହାରକାରୀ, ଆସିଲା ନୂଆ ଆଡଭାଇଜାରି - କ୍ରାଇମବ୍ରାଞ୍ଚ
ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜାରି ଜାରି କଲା କ୍ରାଇମବ୍ରାଞ୍ଚ । ସୋସିଆଲ ମିଡ଼ିଆରେ ଆକାଉଣ୍ଟ ଖୋଲିବା ସମୟରେ ଭଲକରି ପଢନ୍ତୁ ପ୍ରାଇଭେସି ପଲିସି ।

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜାରି
ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସାଙ୍ଗ ଚୟନ ଠିକ ଭାବରେ କରନ୍ତୁ। ଚୟନ କରିବା ପୂର୍ବରୁ ସେହି ଆକାଉଣ୍ଟକୁ ଯାଞ୍ଚ କରନ୍ତୁ। କୌଣସି ଅଜଣା ବ୍ୟକ୍ତିଙ୍କୁ ବନ୍ଧୁ ଭାବେ ଗ୍ରହଣ କରନ୍ତୁ ନାହିଁ। ଗୋଟିଏ ନାଁରେ ଅନେକ ଆକାଉଣ୍ଟ ଖୋଲନ୍ତୁ ନାହିଁ। ଅଶ୍ଳୀଳ, ଘୃଣା ତଥା ଖରାପ ତଥ୍ୟ ପୋଷ୍ଟ କରନ୍ତୁ ନାହିଁ। ମେସେଜକୁ ଅନ୍ଧ ଭାବେ ଫରୱାର୍ଡ କରନ୍ତୁ ନାହିଁ। ମାଗଣା ଔଇଫାଇ ବ୍ୟବହାର କରୁଥିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ