କଟକ: ଲକ ଡାଉନରେ ସାମିଲ ହେଲା କ୍ରାଇମ ବ୍ରାଞ୍ଚ । ଗତକାଲି ଭିଜିଲାନ୍ସ ଏ ଦିଗରେ ହାତ ବଢାଇଥିବାବେଳେ ଆଜି ଏଥିରେ ସାମିଲ ହୋଇଛି କ୍ରାଇମବ୍ରାଞ୍ଚ । ମୋଟ 30 ଜଣ ଅଧିକାରୀ ଲକ ଡାଉନ ସମୟରେ ରାଜ୍ୟର କୋଣ ଅନୁକୋଣରେ ଡ୍ୟୁଟିରେ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଡିଏସପି, ଇନିସପେକ୍ଟର, ଏସଆଇ, ଏଏସଆଇ ରହିଛନ୍ତି ।
ଲକ ଡାଉନ ସୁରକ୍ଷାରେ କ୍ରାଇମବ୍ରାଞ୍ଚ ସାମିଲ - lockdown security
କୋରୋନା ପ୍ରାର୍ଦୁଭାବ ରୋକିବାକୁ କଟକଣାକୁ କଡାକଡି କରାଯାଉଛି । ଲକ ଡାଉନକୁ ଅଧିକ ପ୍ରଭାବଶାଳୀ କରିବାକୁ ଏଥିରେ ସାମିଲ ହୋଇଛି କ୍ରାଇମବ୍ରାଞ୍ଚ ଟିମ ।
ଲକ ଡାଉନ ସୁରକ୍ଷାରେ କ୍ରାଇମବ୍ରାଞ୍ଚ ସାମିଲ
ଏମାନେ ବିଶେଷ କରି ରାଜ୍ୟ ସରକାର ଓ ପୋଲିସ ବିଭାଗକୁ ତଥ୍ୟ ଯୋଗାଇବା କାମ ପାଇଁ ମୁତୟନ ହୋଇଛନ୍ତି । ଏହା ବ୍ୟତୀତ ପୂର୍ବଭଳି ରାଜ୍ୟ କ୍ରାଇମବ୍ରାଞ୍ଚର ତଦନ୍ତ ସେଲ ଓ ସାଇବର ସେଲ କାମ କରୁଛି । ଏହି ସମୟରେ କୌଣସି ଅଧିକାରୀ ଛୁଟି ନେଇ ପାରିବେନି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ ହୋଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ