ଓଡିଶା

odisha

ETV Bharat / city

କଟକ ସହରରେ ଚଣ୍ଡି ମନ୍ଦିର ଖୋଲିବା ନିଷ୍ପତ୍ତିକୁ କାୟମ ରଖିଲା CMC

ରାଜ୍ୟରେ ଧିରେ ଧିରେ କୋଭିଡ ସଂକ୍ରମଣରେ ବ୍ରେକ୍ ଲାଗୁଥିବାବେଳେ ଏବେ ପ୍ରତ୍ୟେକ ଜିଲ୍ଲାରେ ଖାେଲିବାକୁ ଯାଉଛି ଧର୍ମାନୁଷ୍ଠାନ । ଆଉ ସହରରେ ମନ୍ଦିର ଖୋଲିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲା ସିଏମସି । ଅଧିକ ପଢନ୍ତୁ...

By

Published : Aug 4, 2021, 9:03 PM IST

Updated : Aug 4, 2021, 10:59 PM IST

କଟକ ସହରରେ ମନ୍ଦିର ଖୋଲିବା ନିଷ୍ପତ୍ତିକୁ କାୟମ ରଖିଲା CMC
କଟକ ସହରରେ ମନ୍ଦିର ଖୋଲିବା ନିଷ୍ପତ୍ତିକୁ କାୟମ ରଖିଲା CMC

କଟକ: ସିଲଭର ସିଟିରେ ଏବେବି ମନ୍ଦିର ଖୋଲିବା ନେଇ ଜାରି ରହିଛି କଳ୍ପନାଜଳ୍ପନା । କେବେ ଖୋଲିବ କଟକ ସହରର ପ୍ରମୁଖ ମନ୍ଦିର । ଏନେଇ ଗତକାଲି ଜିଲ୍ଲାର ସମସ୍ତ ମନ୍ଦିର କୋଭିଡ ଗାଇଡ଼ ଲାଇନ ଆଧାରରେ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

କଟକ ସହରରେ ଚଣ୍ଡି ମନ୍ଦିର ଖୋଲିବା ନିଷ୍ପତ୍ତିକୁ କାୟମ ରଖିଲା CMC

ଆଉ ଏହାରି ମଧ୍ୟରେ ସହରର ପ୍ରମୁଖ ମନ୍ଦିର ଖୋଲିବା ପ୍ରସଙ୍ଗ ଉପରେ ସିଏମସି ଉପରେ ଦାୟିତ୍ବ ନ୍ୟସ୍ତ କରିଛି ଜିଲ୍ଲା ପ୍ରଶାସନ । ତେବେ ଆଜି (ବୁଧବାର) ଶାନ୍ତି କମିଟି ଓ ପୂଜା କମିଟି ସହ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ସେପଟେ ସମସ୍ତଙ୍କ ମତ ମନ୍ଦିର ଖୋଲିବା ପାଇଁ ରହିଥିଲା ବେଳେ ଏହା ଉପରେ ସବୁଜ ସଙ୍କେତ ଦେଇ ନାହାନ୍ତି ସିଏମସି କମିଶନର ଅନନ୍ୟା ଦାସ । ତେବେ ଏନେଇ ଚୂଡାନ୍ତ ନିଷ୍ପତି ନିଆଯିବ ଓ ତାହାପରେ କଟକର ପ୍ରମୁଖ ଚଣ୍ଡି ମନ୍ଦିର ଆଦି ଖୋଲିବା ନେଇ ନିଷ୍ପତି ନିଆଯିବ ବେଲି ସ୍ପଷ୍ଟ କରିଛନ୍ତି CMC କମିଶନର ।


କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Last Updated : Aug 4, 2021, 10:59 PM IST

ABOUT THE AUTHOR

...view details