ଓଡିଶା

odisha

ETV Bharat / city

ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ - କଟକ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

କଟକ ଗସ୍ତରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ...

ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ
ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

By

Published : Aug 14, 2021, 9:12 PM IST

ଭୁବନେଶ୍ବର: କଟକ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । କାର୍ଯ୍ୟ ତଦାରଖ ଲାଗି ସେ ଜିଲ୍ଲାପାଳ ଓ ସିଏମସି କମିଶନରଙ୍କ ସହ ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି ।

କଟକ ସହର ଓ ଉପକଣ୍ଠରେ ଚାଲିଛି ବହୁ ଉନ୍ନତିମୂଳକ କାର୍ଯ୍ୟ । କାଠଯୋଡ଼ି ନଦୀ ଅବବାହିକାରେ ପ୍ରସ୍ତାବିତ ଥିମ୍ ପାର୍କ ଓ ଗାନ୍ଧୀ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଚିହ୍ନଟ ସ୍ଥାନ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ନୂଆପାଟଣାରେ ପ୍ରସ୍ତାବିତ ଆତିଥ୍ୟ କ୍ଷେତ୍ର, ବିରୁପା ନଦୀ ବ୍ୟାରେଜ୍ ନିକଟରେ ନଦୀ ଡ୍ରେଜିଂ ଏବଂ ତାଳଦଣ୍ଡା କେନାଲ ରାସ୍ତାର ପ୍ରଶସ୍ତିକରଣ ପ୍ରସ୍ତାବର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

କ୍ଷେତ୍ର ପରିଦର୍ଶନ ସହ ଭବିଷ୍ୟତରେ କିପରି ଅଞ୍ଚଳର ବିକାଶ ହୋଇପାରିବ ଏନେଇ ସେ ଜିଲ୍ଲା ପ୍ରଶାସନ ତଥା କଟକ ମ୍ୟୁନିସିପାଲ କର୍ପୋରେସନର ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ।

ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ
ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ମ୍ୟୁନିସିପାଲିଟି କମିଶନର ଅନନ୍ୟା ଦାଶ, ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କର ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details