ଓଡିଶା

odisha

ETV Bharat / city

ମାହାଙ୍ଗା ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କ ଗିରଫ ଦାବିରେ ତେଜୁଛି ବିଜେପି ଆନ୍ଦୋଳନ

ମାହାଙ୍ଗା ବିଜେପି ନେତାଙ୍କୁ ହତ୍ୟାକାଣ୍ଡ ନେଇ ବିଜେପି ଆନ୍ଦୋଳନ ତେଜିବାରେ ଲାଗିଛି। ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ଜଣେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି। ଅଧିକ ପଢ଼ନ୍ତୁ...

The BJP has strongly demanded the arrest of accused in bjp leader murder case
ମାହାଙ୍ଗା ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଜେପିର ଜୋରଦାର ଆନ୍ଦୋଳନ

By

Published : Jan 5, 2021, 9:13 PM IST

କଟକ: ମାହାଙ୍ଗା ବିଜେପି ନେତାଙ୍କ ହତ୍ୟାକାଣ୍ଡ ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ରଜାନୈତିକ ଶତୃତାରୁ ଦୁଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି ଅଭିଯୋଗ କରିଛି ବିଜେପି। ଯେଉଁମାନଙ୍କ ନାଁରେ ମାହାଙ୍ଗା ଥାନାରେ ମାମଲା ରୁଜୁ ହୋଇଛି ସେମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ।

ମାହାଙ୍ଗା ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଜେପିର ଜୋରଦାର ଆନ୍ଦୋଳନ

ବିଜେପି କର୍ମକର୍ତ୍ତାମାନେ ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ବିଜେପି କର୍ମୀ। ସେପଟେ ଏହି ହତ୍ୟାକାଣ୍ଡରେ ସଂପୃ୍କ୍ତ 4 ଜଣଙ୍କୁ ଗିରଫ କରିଛି ପୋଲିସ। ଆଜି(ମଙ୍ଗଳବାର) ଅଭିଯୁକ୍ତମାନଙ୍କୁ ହତ୍ୟାକାଣ୍ଡ ସ୍ଥାନକୁ ନେଇ ଯାଇଥିଲା। ଘଟଣାସ୍ଥଳରେ ଅଭିଯୁକ୍ତମାନେ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲେ।

ଜାନୁଆରୀ 2 ତାରିଖ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା। ମୂର୍ମୁଷ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ମାହାଙ୍ଗା ଡାକ୍ତରଖାନାରେ ଓ ପରେ କଟକ ବଡ଼ ମେଡିକାଲ ନିଆଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ବିଜେପି ଆନ୍ଦୋଳନ ଜାରି ରଖିଛି। ସେପଟେ ଏହି ହତ୍ୟାକାଣ୍ଡରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି ପୋଲିସ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details