ଓଡିଶା

odisha

ETV Bharat / city

ଜୁଲାଇ ୧୫ ପର୍ଯ୍ୟନ୍ତ ବ୍ୟାଙ୍କ କୌଣସି ସମ୍ପତ୍ତିର ନିଲାମ କରିପାରିବ ନାହିଁ: ହାଇକୋର୍ଟ - The bank will not be able to auction any assets until July 15

ଜୁଲାଇ ୧୫ ପର୍ଯ୍ୟନ୍ତ ବ୍ୟାଙ୍କ କୌଣସି ସମ୍ପତ୍ତିର ନିଲାମ କରିପାରିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ..

the-bank-will-not-be-able-to-auction-any-assets-until-july-15
ଜୁଲାଇ ୧୫ ପର୍ଯ୍ୟନ୍ତ ବ୍ୟାଙ୍କ କୌଣସି ସମ୍ପତ୍ତିର ନିଲାମ କରିପାରିବ ନାହିଁ

By

Published : Jun 12, 2020, 1:49 AM IST

କଟକ: ହାଇକୋର୍ଟରୁ ମିଳିଲା ଆସ୍ୱସ୍ତି। ଜୁଲାଇ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ ପୂର୍ବରୁ ଥିବା ମଧ୍ୟବର୍ତ୍ତିକାଳୀନ ନିର୍ଦେଶନାମା।ମଧ୍ୟବର୍ତ୍ତିକାଳୀନ ଜାମିନ ଗୁଡିକ ଜୁଲାଇ ୧୫ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛନ୍ତି କୋର୍ଟ। ଉଭୟ ସିଭିଲ ଓ କ୍ରିମିନାଲ ମାମଲାରେ ହାଇକୋର୍ଟଙ୍କ ଏହି ନିର୍ଦେଶନାମା ଲାଗୁ ହେବ। ସାରା ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ଅଦାଲତ, ଟ୍ରିବୁନାଲ ଓ କ୍ବାସି ଜୁଡିସିଆଲ ଫୋରମର ମଧ୍ୟବର୍ତ୍ତୀ ନିର୍ଦେଶନାମା ଗୁଡିକ ଜୁଲାଇ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

କୌଣସି ପ୍ରକାର ରହିତାଦେଶ ମଧ୍ୟବର୍ତ୍ତୀ ନିର୍ଦ୍ଦେଶର ଅବଧି ଲକଡାଉନ ପିରିୟଡ଼ ମଧ୍ୟରେ ଶେଷ ହେଉଥିଲେ ମଧ୍ୟ ଅଦାଲତଙ୍କ ପରବର୍ତ୍ତୀ ନିର୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଏହା ଜୁଲାଇ ୧୫ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହେବ ବୋଲି ହାଇକୋର୍ଟ କହିଛନ୍ତି।ରାଜ୍ୟ ସରକାର ,ସରକାରଙ୍କର କୌଣସି ବିଭାଗ ,ମୁନିସପାଲ କର୍ପୋରେସନ ଓ ଗ୍ରାମ ପଞ୍ଚାୟତ କୌଣସି ପ୍ରକାର ଜବରଦଖଲ ଉଛେଦ କିମ୍ବା ଭଙ୍ଗା କାର୍ଯ୍ୟ ଜୁଲାଇ ୧୫ ପର୍ଯ୍ୟନ୍ତ କରିପାରିବେ ନାହିଁ।ଏହା ସହ କୌଣସି ବ୍ୟାଙ୍କ ଏହି ନିର୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ କୌଣସି ସମ୍ପତ୍ତିର ନିଲାମ ମଧ୍ୟ କରିପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପୂର୍ବରୁ ଏହା ଜୁନ ୧୮ ତାରିଖ ପର୍ଯ୍ୟନ୍ତ ଥିଲା। ଗୁରୁବାର ଏହାକୁ ବୃଦ୍ଧି କରି କୋର୍ଟ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details