ଓଡିଶା

odisha

ETV Bharat / city

ହାଇକୋର୍ଟରେ ମନ୍ଦିର ଖୋଲିବା ଓ ସେବାୟତଙ୍କୁ ଆର୍ଥିକ ସହାୟତା ମାମଲାର ଶୁଣାଣି - ସେବାୟତଙ୍କୁ ସହାୟତା

ରାଜ୍ୟରେ ମନ୍ଦିର ଖୋଲିବା ଓ ସେବାୟତମାନଙ୍କୁ ଆର୍ଥିକ ସହାୟତା ମାମଲାରେ 8 ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

ହାଇକୋର୍ଟରେ ମନ୍ଦିର ଖୋଲିବା ଓ ସେବାୟତଙ୍କୁ ଆର୍ଥିକ ସହାୟତା ମାମଲାର ଶୁଣାଣି
ହାଇକୋର୍ଟରେ ମନ୍ଦିର ଖୋଲିବା ଓ ସେବାୟତଙ୍କୁ ଆର୍ଥିକ ସହାୟତା ମାମଲାର ଶୁଣାଣି

By

Published : Oct 7, 2020, 8:32 AM IST

କଟକ:ରାଜ୍ୟରେ ମନ୍ଦିର ଖୋଲିବା ଓ ସେବାୟତମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଶୁଣାଣି । ଏହା ଉପରେ ରାଜ୍ୟ ସରକାର ଓ ଦେବୋତ୍ତର କମିଶନ 8 ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଓଡିଶା ସେବାୟତ ମହାସଂଘ ପକ୍ଷରୁ ଘନଶ୍ୟାମ ପଣ୍ଡା ଓ ନୟାଗଡର ଶିବଶକ୍ତି ପୂଜକ ସମାଜ ପକ୍ଷରୁ ଆଗତ ମାମଲାରେ ଶୁଣାଣି କରି ଏହି ନିର୍ଦ୍ଦେଶନାମା ଦେଇଛନ୍ତି ହାଇକୋର୍ଟ।

ହାଇକୋର୍ଟରେ ମନ୍ଦିର ଖୋଲିବା ଓ ସେବାୟତଙ୍କୁ ଆର୍ଥିକ ସହାୟତା ମାମଲାର ଶୁଣାଣି

ରାଜ୍ୟରେ 14 ହଜାର ମନ୍ଦିର ଦେବୋତ୍ତର କମିଶନଙ୍କ ଅଧୀନରେ ପଞ୍ଜୀକୃତ ରହିଥିବାବେଳେ ଏହି ସମସ୍ତ ମନ୍ଦିରର ସେବାୟତଙ୍କୁ ସହାୟତା ଯୋଗାଇଦେବାକୁ ଏହି ଆବେଦନରେ ପ୍ରାର୍ଥନା କରାଯାଇଥିଲା। ଆବେଦନକାରୀଙ୍କ ଅଭିଯୋଗ ଶୁଣି ରାଜ୍ୟ ସରକାର ଓ ଦେବୋତ୍ତର କମିଶନର 8 ସପ୍ତାହ ମଧ୍ୟରେ ମନ୍ଦିର ଖୋଲିବା, ସେବାୟତ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, ରାସନ ସାମଗ୍ରୀ ଯୋଗାଇ ଦେବା କିମ୍ବା ଅନ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ସେମାନଙ୍କ ପାଇଁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ତେବେ ଏହି ଶୁଣାଣି ସମୟରେ ଭାରତୀୟ ସମ୍ବିଧାନ ଧାରା 27 ଅନୁଯାୟୀ, ରାଜ୍ୟ ସରକାର ସେବାୟତମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିପାରିବେ ନାହିଁ ବୋଲି ଅଦାଲତରେ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ସେପଟେ ହାଇକୋର୍ଟଙ୍କ ଏ ସଂକ୍ରାନ୍ତୀୟ ପୂର୍ବ ନିର୍ଦ୍ଦେଶନାମାକୁ ଭିତ୍ତି କରି ବିଭିନ୍ନ ସ୍ଥାନର ଆବଶ୍ୟକତା ଓ ସମୟର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details