ଓଡିଶା

odisha

ETV Bharat / city

ହାଇଦ୍ରାବାଦ ଅଗ୍ନିକାଣ୍ଡ: କଟକରେ ପହଞ୍ଚିଲା ଓଡିଆ ଦମ୍ପତିଙ୍କ ମୃତଦେହ, ପୁରୀରେ ହେବ ଶେଷକୃତ୍ୟ

ସିକନ୍ଦରାବାଦ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ଦମ୍ପତିଙ୍କ ମୃତଦେହ ଆଜି କଟକ ବାସଭବନରେ ପହଞ୍ଚିଥିଲା । ସେମାନଙ୍କ ଶେଷ ଦର୍ଶନ ପରେ ଉଭୟଙ୍କ ମୃତଦେହକୁ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ନିଆଯାଇଛି । ସେଠାରେ ସେମାନଙ୍କର ଅନ୍ତିମ ସଂସ୍କାର କରାଯିବ । ଅଧିକ ପଢ଼ନ୍ତୁ

By

Published : Sep 14, 2022, 4:52 PM IST

କଟକରେ ପହଞ୍ଚିଲା ଦମ୍ପତିଙ୍କ ମୃତଦେହ, ପୁରୀରେ ହେବ ଶେଷକୃତ୍ୟ
କଟକରେ ପହଞ୍ଚିଲା ଦମ୍ପତିଙ୍କ ମୃତଦେହ, ପୁରୀରେ ହେବ ଶେଷକୃତ୍ୟ

କଟକ: ତେଲେଙ୍ଗାନାର ସିକନ୍ଦରାବାଦ ଅଗ୍ନିକାଣ୍ଡରେ ମୃତ ଓଡିଆ ଦମ୍ପତିଙ୍କ ମୃତଦେହ କଟକରେ ପହଞ୍ଚିଛି (odia couple dead body reached Cuttack ) । ସିକନ୍ଦରାବାଦର ରୁବି ଲଜରେ ଘଟିଥିବା ଭୟାନକ ଅଗ୍ନିକାଣ୍ଡରେ କଟକର ଏହି ନବ ଦମ୍ପତିଙ୍କର ମୃତ୍ୟୁ ଘଟିଥିଲା । ତେବେ ଉଭୟଙ୍କର ମୃତଦେହ ଆଜି କଟକ କାଫଲାବଜାର ମହାନ୍ତିପଡ଼ାରେ ପହଞ୍ଚିଥିଲା । ଏହି ସମୟରେ ସେହି ସ୍ଥାନରେ ଲୋକଙ୍କର ଗହଳି ଲାଗିଥିଲା । ପରେ ମୃତ ଦମ୍ପତିଙ୍କୁ ସ୍ବର୍ଗଦ୍ବାର ଅଭିମୁଖେ ଆମ୍ଭଲାନ୍ସ ଯୋଗେ ନିଆଯାଇଛି ।

କଟକରେ ପହଞ୍ଚିଲା ଦମ୍ପତିଙ୍କ ମୃତଦେହ, ପୁରୀରେ ହେବ ଶେଷକୃତ୍ୟ

ଏହି ଓଡ଼ିଆ ଦମ୍ପତି ବାଙ୍ଗାଲୋରରେ ରହୁଥିଲେ । ତେବେ କୌଣସି ଏକ ଟ୍ରେନିଂ ପ୍ରୋଗ୍ରାମ ପାଇଁ କିଛି ଦିନ ହେଲା ହାଇଦ୍ରାବାଦ ଆସିଥିଲେ । ସିକନ୍ଦରାବାଦ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ ସୋ ରୁମ୍‌ରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଗାଡ଼ି ଚାର୍ଜିଂ ପଏଣ୍ଟରେ ସର୍ଟ ସର୍କିଟ୍‌ ପରେ ଏକ ବ୍ୟାଟେରୀ ଫାଟି ଯାଇଥିଲା । ଯାହାଫଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ବେଳେ ବିଲ୍ଡିଂରେ ୨୫ ଜଣ ଲୋକ ରହିଥିଲେ । ଅଗ୍ନିକାଣ୍ଡ ବେଳେ ବଲ୍ଡିଂର ବେସ୍‌ମେଣ୍ଟ୍‌ରେ ୪୦ଟି ଇଲେକ୍ଟ୍ରିକ୍‌ ଗାଡ଼ି, ୪ଟି ବ୍ୟବସାୟିକ ସିଲିଣ୍ଡର, ଗୋଟିଏ ଜେନେରେଟର ରହିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ତେବେ ଏଥିରେ ରୁବି ଲଗ୍‌ଜରୀ ପ୍ରାଇଡ' ନାମକ ଲଜ୍‌ରେ ରହିଥିବା ଏହି ନବବିବାହିତ ଓଡ଼ିଆ ଦମ୍ପତି ପ୍ରାଣ ହରାଇଥିଲେ ।

ମୃତ ଚନ୍ଦନ ଓ ମିତାଲି କିଛି ଦିନ ପୂର୍ବରୁ ବିବାହ କରିଥିଲେ । ଏହା କଟକସ୍ଥିତ ବାସଭବନ କାନ୍ଥରେ ଚିତ୍ରିତ ହୋଇଥିବା ରଙ୍ଗୀନ ନାଁରୁ ବେଶ୍‌ ଅନୁମାନ କରି ହେଉଛି । ଚନ୍ଦନ ଓ ପତ୍ନୀ ମିତାଲି ଉଭୟ ବାଙ୍ଗାଲୋରରେ ଚାକିରି କରିଥିଲେ । ବାଙ୍ଗାଲୋରରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ଭାବରେ କାର୍ଯ୍ୟ କରୁଥିଲେ ଚନ୍ଦନ । ତାଙ୍କ ପତ୍ନୀ ମିତାଲି ଏକ ସ୍କିନ୍‌ କେୟାର କମ୍ପାନୀରେ ଜଣେ ବିୟୁଟି କନ୍‌ସଲଟାଣ୍ଟ୍‌ ଥିଲେ । କୌଣସି ଏକ ଟ୍ରେନିଂ ପ୍ରୋଗ୍ରାମ ପାଇଁ କିଛି ଦିନ ହେଲା ହାଇଦ୍ରାବାଦ ଆସିଥିଲେ ଚନ୍ଦନ ଓ ତାଙ୍କ ପତ୍ନୀ । ସୋମବାର ଟ୍ରେନିଂ ସାରି ହୋଟେଲ୍‌ରେ ବିଶ୍ରାମ ନେଉଥିଲେ ଚନ୍ଦନ ଓ ପତ୍ନୀ ମିତାଲି । ଆସନ୍ତା ଶୁକ୍ରବାର ଟ୍ରେନିଂ ସାରି ପୁନଃ ବାଙ୍ଗାଲୋର ଫେରି ଯାଇଥାଆନ୍ତେ । ହେଲେ ନିୟତି ତାଙ୍କ ଭାଗ୍ୟ କିଛି ଅଲଗା ଲେଖି ରଖିଥିଲା । ସୋମବାର ଇଲେକ୍ଟ୍ରେକ୍‌ ଗାଡ଼ି ସୋ ରୁମ୍‌ର ନିଆଁ ଚନ୍ଦନ ଓ ତାଙ୍କ ପତ୍ନୀଙ୍କ ଜୀବନ ଛଡ଼ାଇ ନେଲା ।

ତେବେ ଏହି ମୃତ ଦମ୍ପତିଙ୍କ ମୃତଦେହ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲା । ଏହାପରେ ଉଭଯଙ୍କ ମୃତଦେହକୁ ତାଙ୍କର କଟକ କାଫଲାବଜାର ମହାନ୍ତିପଡ଼ାସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ମୃତଦେହ ପହଞ୍ଚିବାପରେ ସେହି ସ୍ଥାନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଉଭୟଙ୍କ ଶେଷ ଦର୍ଶନ କରିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଏହାପରେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କ ମୃତଦେହକୁ ସ୍ବର୍ଗଦ୍ବାର ଅଭିମୁଖେ ନିଆଯାଇଛି । ଆଜି ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details