କଟକ: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଥିବା ବାଲିଅନ୍ତା ତହସିଲଦାରଙ୍କୁ ମିଳିଛି ଜାମିନ । ଗୁରୁବାର ହାଇକୋର୍ଟରେ ତାଙ୍କ ଜାମିନ ମଞ୍ଜୁର ହୋଇଥିବା ଜଣାପଡିଛି । ନିମ୍ନ ଅଦାଲତ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ଗୁରୁବାର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
ଲାଞ୍ଚୁଆ ବାଲିଅନ୍ତା ତହସିଲଦାରଙ୍କୁ ହାଇକୋର୍ଟରୁ ଜାମିନ - ହାଇକୋର୍ଟରେ ବାଲିଅନ୍ତା ତହସିଲଦାର ମାମଲା
ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଥିବା ବାଲିଅନ୍ତା ତହସିଲଦାରଙ୍କୁ ମିଳିଛି ଜାମିନ । ଗୁରୁବାର ହାଇକୋର୍ଟରେ ତାଙ୍କ ଜାମିନ ମଞ୍ଜୁର ହୋଇଥିବା ଜଣା ପଡିଛି ।

ଲାଞ୍ଚୁଆ ବାଲିଅନ୍ତା ତହସିଲଦାରଙ୍କୁ ହାଇକୋର୍ଟରେ ଜାମିନ
ସୂଚନାଯୋଗ୍ୟ କି ଲାଞ୍ଚ ନେବା ଅଭିଯୋଗରେ ଗତ 4 ତାରିଖରେ ବାଲିଅନ୍ତା ତହସିଲଦାରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତେବେ ନିମ୍ନ ଅଦାଲତରେ ଜାମିନ ଖାରଜ ହେବାରୁ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଯାହାର ଗୁରୁବାର ଶୁଣାଣି ପରେ ତାଙ୍କ ଜାମିନ ମଞ୍ଜୁର କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ