କଟକ: ଆଜି(ମଙ୍ଗଳବାର)ଠାରୁ ରାଜ୍ୟର କଲେଜ ଓ ବିଶ୍ବବିଦ୍ୟାଳୟଗୁଡିକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାନୁଷ୍ଠାନ ଯିବାକୁ ବାଧ୍ୟତାମୂଳକ । ଏନେଇ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କୋଭିଡ କଟକଣା ମାନି ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ । ଏହି କ୍ରମରେ ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ମଧ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଶ୍ବ ବିଦ୍ୟାଳୟରେ ଯୋଗ ଦେଇଥିଲେ । ନିଜ ନିଜ ବିଭାଗରେ କୋଭିଡ କଟକଣା ମାନି ଛାତ୍ରଛାତ୍ରୀଙ୍କୁ ଅନଲାଇନ ଯୋଗେ ପାଠ ପଢ଼ାଇବେ । ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ କୋଭିଡ କଟକଣା ମାନିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।