ଓଡିଶା

odisha

ETV Bharat / city

କଟକରେ ପାଚେରୀ ଭୁଶୁଡି ସଫେଇ କର୍ମଚାରୀ ମୃତ - ପାଚେରୀ ଭୁଶୁଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ

କଟକ ଜିଲ୍ଲା ଦେଉଳ ସାହି ରେଭେନ୍ୟୁ କଲୋନୀରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସଫେଇ କାର୍ଯ୍ୟ କରିବା ସମୟରେ ପାଚେରୀଟି ଭୁଶୁଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

sweeper died after wall collapsed in cuttack
ପାଚେରୀ ଭୁଶୁଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ

By

Published : Jul 22, 2022, 11:10 AM IST

Updated : Jul 22, 2022, 12:37 PM IST

କଟକ:ପାଚେରୀ ଭୁଶୁଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ । କଟକ ଜିଲ୍ଲା ଦେଉଳ ସାହି ରେଭେନ୍ୟୁ କଲୋନୀରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସଫେଇ କାର୍ଯ୍ୟ କରିବା ସମୟରେ ପାଚେରୀଟି ଭୁଶୁଡି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏସସିବି ମେଡ଼ିକାଲକୁ ପଠାଇଛି ।

କଟକରେ ପାଚେରୀ ଭୁଶୁଡି ସଫେଇ କର୍ମଚାରୀ ମୃତ

ମୃତ ବ୍ୟକ୍ତି ଜଣକ ମହାନଗର ନିଗମର ସଫେଇ କର୍ମଚାରୀ ଗୁରୁମୂର୍ତ୍ତି ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦିନ ଧରି ପାଚେରୀଟି ଅସୁରକ୍ଷିତ ଅବସ୍ଥାରେ ରହିଥିଲା । ପୂର୍ବରୁ ମଧ୍ୟ ଏଭଳି ଏକ ଘଟଣା ଘଟିଥିବାବେଳେ ପାଚେରୀର ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ବେ କାର୍ଯ୍ୟକାରୀ ହୋଇନଥିଲା । ତେବେ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ପାଇଁ ସଫେଇ କର୍ମଚାରୀଙ୍କ ଜୀବନ ଯାଇଥିବା ସାଧାରଣରେ କୁହାଯାଇଛି ।

ଇଟିଭି ଭାରତ, କଟକ

Last Updated : Jul 22, 2022, 12:37 PM IST

ABOUT THE AUTHOR

...view details