କଟକ: ରାତିଅଧିଆ ‘5ଟି ସଚିବ’ଙ୍କ ମେଡିକାଲ ପରିଦର୍ଶନ । ଅଚାନକ କଟକ ଏସସିବି ମେଡିକାଲ ଗସ୍ତ କରିଛନ୍ତି ‘5T ସଚିବ’ ଭି.କାର୍ତ୍ତିକେୟନ ପାଣ୍ଡିୟାନ । ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମି ଉପରେ କରାଯାଇଛି ଆଲୋଚନା । ଅଧ୍ୟକ୍ଷ, ଅଧିକ୍ଷକଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ବିଭାଗ ବୁଲି ଦେଖିଛନ୍ତି ପାଣ୍ଡିୟାନ । ଏହି ଗସ୍ତ ସମୟରେ ସାଥିରେ ଥିଲେ ଆଇଏସ କିଶନ କୁମାର, ସ୍ବାସ୍ତ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଓ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ପାଣ୍ଡିୟାନଙ୍କ ଗସ୍ତକୁ ନଇ ଡାକ୍ତର ଦଳ ପୁରା ସଚେତନ ଥିଲେ । ପ୍ରଥମେ କାଜ୍ୟୁଆଲଟି ବୁଲିବା ପରେ ବିଭିନ୍ନ ବିଭାଗ ବୁଲିଦେଖିଥିଲେ ସେ । ପରେ ଅଧିକ୍ଷକଙ୍କ କକ୍ଷରେ ବୈଠକ ହେବା ପରେ ଏସସିବି ଛାଡିଥିଲେ 5ଟି ସଚିବ ।