କଟକ:ଘରୋଇ ନର୍ସିଂହୋମକୁ ଅତର୍କିତ ଗସ୍ତ କରିଛନ୍ତି CMC କମିଶନର ଅନନ୍ୟା ଦାସ ଓ କଟକ ଡିସିପି ପ୍ରତୀକ ସିଂ । BSKY କାର୍ଡରେ ରୋଗୀଙ୍କ ଚିକିତ୍ସା ସଠିକ ଢଙ୍ଗରେ ହେଉଛି ନା ନାହିଁ ଏନେଇ ରୋଗୀ ଓ ରୋଗୀର ସହଯୋଗୀଙ୍କ ସହ ସେମାନେ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।
ଏହି ଗସ୍ତ ସମୟରେ ରୋଗୀଙ୍କ ଚିକିତ୍ସା ସଠିକ ଢଙ୍ଗରେ ହେଉଥିବା ନେଇ ସ୍ପଷ୍ଟ କରିଛନ୍ତି କମିଶନର । ତେବେ କେବଳ କଟକ ନୁହେଁ ସାରା ରାଜ୍ୟରୁ କଟକର ବିଭିନ୍ନ ଘରୋଇ ହସ୍ପିଟାଲକୁ ରୋଗୀ ଆସୁଛନ୍ତି । ସେମାନଙ୍କ ଚିକିତ୍ସା ଦିଗରେ BSKY କାର୍ଡ ସଞ୍ଜୀବନି ସାଜିଛି । ତେବେ କଟକ ସହରରେ ଯେତେ ଘରୋଇ ନର୍ସିଂହୋମ ରହିଛି ସବୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଠି ବି ତ୍ରୁଟି ପରିଲକ୍ଷିତ ହୋଇଛି ସିଧାସଳଖ ମେଡ଼ିକାଲ ଅଧକାରୀଙ୍କ ସହ ଆଲୋଚନା କରାଯାଇ ଏହି ଅସୁବିଧାକୁ ଶୀଘ୍ର ଶେଷ କରାଯିବ।