ଓଡିଶା

odisha

By

Published : Sep 11, 2019, 5:10 PM IST

ETV Bharat / city

‘କଳାପାହାଡ଼ ପରି ପୁରୀକୁ ଧ୍ବଂସ କରି ଦିଅ’

ଶ୍ରୀକ୍ଷେତ୍ରକୁ ଧ୍ବଂସ କରିଦେଲେଣି ରାଜ୍ୟ ସରକାର । କଳାପାହାଡ ପରି ମନଇଛା କରୁଛନ୍ତି ଉଚ୍ଛେଦ। ପୁରୀରେ ଜାରି ରହିଥିବା ଉଚ୍ଛେଦକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଡ଼ିଜାଇନ୍ ଫଟୋ

କଟକ: ଶ୍ରୀକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମଠ ମାଟିରେ ମିଶିବାରେ ଲାଗିଛି । ଏହା ସହିତ ମାଟିରେ ମିଶିଯାଉଛି ବହୁ ପୁରାତନ ପରମ୍ପରା ଓ ଐତିହ୍ୟ । ଏହାକୁ ନେଇ ପ୍ରତିକ୍ରୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, ଜଗନ୍ନାଥ ଚୁପ ଅଛନ୍ତି । କଳାପାହାଡ଼ ପରି ପୁରୀକୁ ଧ୍ବଂସ କରିବାରେ ଲାଗିପଡିଛନ୍ତି ରାଜ୍ୟ ସରକାର । କେବେଳ ଅନ୍ୟାୟ ବ୍ୟଭିଚାର ବଢ଼ିବାରେ ଏ ସରକାର ଲାଗିପଡ଼ିଥିବା ସୁର କହିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପୁରୀରେ ଅଦ୍ୟାବିଧି ଚାଲିଥିବା ମଠ ଭଙ୍ଗା କାର୍ଯ୍ୟକୁ ଖୁବ ନିନ୍ଦା କରିଛନ୍ତି । ବିନା ବ୍ଲୁ ପ୍ରିଣ୍ଟରେ ପୁରୀରେ ମଠ ଉଛେଦ ପ୍ରକ୍ରିୟା କିପରି ସମ୍ଭବ ବୋଲି ସରକାରକୁ ପ୍ରଶ୍ନ କରିଛନ୍ତି ସୁର । ଯେଉଁ ମଠ ସବୁ ଭାଙ୍ଗିଛି ତାର ଯେଉଁ ସମ୍ପର୍କ ଜଗା ସହ ରହିଥିଲା ତାହା ପ୍ରଶାସନ ଜାଣିନି । କେବଳ କଳାପାହାଡ଼ ପରି ଧ୍ଵଂସ କରିଚାଲିଛି ସରକାର ।

ଶ୍ରୀକ୍ଷେତ୍ର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରସ୍ତାବକୁ ମଧ୍ୟ ସମାଲୋଚନା କରିଛନ୍ତି । ଲିଙ୍ଗରାଜ ମନ୍ଦିର ସେମିତିରେ ଭାଙ୍ଗିଗଲାଣି । ତେବେ ଆଉ କଣ ଲିଙ୍ଗରାଜ ମନ୍ଦିରରେ ଅଛି ଯେ ସରକାର ଭାଙ୍ଗିବେ । ଏହା କେବଳ ବିନାଶ ଦିଗକୁ ନିମନ୍ତ୍ରଣର ରାଜ୍ୟ ସରକାରଙ୍କର ଏକପ୍ରକାର ସୂଚନା ବୋଲି କହିଛନ୍ତି ସୁର ରାଉତରାୟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details