କଟକ:ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଝଟକା । ତାଙ୍କ ବିରୁଦ୍ଧରେ ବିଚାରଧୀନ ଥିବା ବାରବାଟୀ-କଟକ ବିଧାନସଭା ଆସନ ନିର୍ବାଚନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଛି । ଏହି ନିବାର୍ଚନୀ ଅନିୟମିତତା ମାମଲା ରଦ୍ଦ ପାଇଁ ପ୍ରଥମେ ବିଧାୟକ ମୋକିମ ହାଇକୋର୍ଟରେ ଆବଦେନ କରିଥିଲ । କିନ୍ତୁ ଜୁନ ୩୦ରେ ହାଇକୋର୍ଟ ଆବେଦନକୁ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟକୁ ଯାଇଥିଲେ । ମାତ୍ର ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ବିଧାୟକଙ୍କ ଆବେଦନ ଖାରଜ ହୋଇଯାଇଛି । ଜଷ୍ଟିସ ସଞ୍ଜୟ କୁମାର କୌଲ, ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମୋକିମଙ୍କ ଆବେଦନକୁ ଖାରଜ କରିଛନ୍ତି ।
ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ସୁପ୍ରିମକୋର୍ଟରେ ବିଧାୟକ ମୋକିମଙ୍କ ଆବେଦନ ଖାରଜ - ସୁପ୍ରିମକୋର୍ଟରେ ବିଧାୟକ ମୋକିମଙ୍କ ଆବେଦନ ଖାରଜ
କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା ରଦ୍ଦ ପାଇଁ ଦାୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଅଧିକ ପଢନ୍ତୁ
ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ସୁପ୍ରିମକୋର୍ଟରେ ବିଧାୟକ ମୋକିମଙ୍କ ଆବେଦନ ଖାରଜ
ସୂଚନାଯୋଗ୍ୟ, ବାରବାଟୀ-କଟକ ବିଧାନସଭା ଆସନ ନିର୍ବାଚନ ଅନିୟମିତତାକୁ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଅର୍ଡର ୭, ରୁଲ୍ସ ୧୧ ସିପିସି ଅନୁସାରେ ମାମଲାକୁ ରଦ୍ଦ କରାଯାଉ ବୋଲି ପ୍ରାର୍ଥନା କରି ବିଧାୟକ ଏକ ପିଟିସନ ହାଇକୋର୍ଟରେ ଦାଖଲ କରିଥିଲେ । କିନ୍ତୁ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ ଖାରଜ କରିବା ସହ ତାଙ୍କୁ ୫ ହଜାର ଟଙ୍କାର ତଣ୍ଡ ଗଣିବାକୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ବିଧାୟକ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ ।