କଟକ:ଓଡିଶା ଅଲମ୍ପିକ ଆସୋସିଏସନ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ସୁପ୍ରିମକୋର୍ଟଙ୍କ କ୍ଲିନଚିଟ । ବିଳମ୍ବରେ ହେଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ।
ଓଡିଶା ଅଲମ୍ପିକ ଆସୋସିଏସନର ୨୩ ଟି ଦୋକାନ ଘର ଓ ମଣ୍ଡପ ଲିଜ ଅନିୟମିତତାରେ ମିଳିଲା କ୍ଲିନଚିଟ । ମାମଲାର ତଦନ୍ତ ସମୟରେ ଜବତ କାଗଜପତ୍ର ଅଲମ୍ପିକ ଆସୋସିଏସନକୁ ଫେରାଇବାକୁ ସିବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆକାଉଣ୍ଟସ ଜେନେରାଲଙ୍କ ରିପୋର୍ଟ ଉପରେ ତଦନ୍ତ କରି ସିବିଆଇ ରିପୋର୍ଟ ଦେଇଥିଲେ । ତେବେ ସିବିଆଇ ରିପୋର୍ଟକୁ ବିଚାରକରି ଆଶୀର୍ବାଦଙ୍କୁ ସୁପ୍ରିମକୋର୍ଟ କ୍ଲିନଚିଟ ଦେଇଛନ୍ତି ।