ଓଡିଶା

odisha

ETV Bharat / city

ନଥିପତ୍ରକୁ ନା, ରାଜ୍ୟର ସମସ୍ତ ଜିଲ୍ଲା କୋର୍ଟ ହେଲା ପେପର ଲେସ୍‌ - ପେପର ଲେସ

ଆଜିଠାରୁ ରାଜ୍ୟର ସମସ୍ତ ଜିଲ୍ଲା କୋର୍ଟ ଗୁଡ଼ିକୁ ପେପର ଲେସ କରାଯାଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଏହାକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି । ଅଧିକ ପଢନ୍ତୁ

ନଥିପତ୍ରକୁ ନା, ରାଜ୍ୟର ସମସ୍ତ ଜିଲ୍ଲା କୋର୍ଟ ହେଲା ପେପର ଲେସ
ନଥିପତ୍ରକୁ ନା, ରାଜ୍ୟର ସମସ୍ତ ଜିଲ୍ଲା କୋର୍ଟ ହେଲା ପେପର ଲେସ

By

Published : Sep 17, 2022, 4:24 PM IST

କଟକ:ଏଣିକି ଜିଲ୍ଲା ଜଜ କୋର୍ଟ ମାନଙ୍କରେ ଆଉ ବିଶେଷ ମାତ୍ରାରେ ନଥିପତ୍ର ଆଦି ଦେଖିବାକୁ ମିଳିବନି । କାରଣ ଆଜି (ଶନିବାର) ଠାରୁ ରାଜ୍ୟର ସମସ୍ତ ଜିଲ୍ଲା କୋର୍ଟ ଗୁଡ଼ିକୁ ପେପର ଲେସ (Paperless Court) କରାଯାଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ (Supreme Court Chief Justice Uday Umesh Lalit) ଏହି ବ୍ୟବସ୍ଥାକୁ ଆଜି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି ।

କଟକ ସ୍ଥିତ ଜୁଡ଼ିସିଆଲ୍ ଏକାଡେମୀ ପରିସରରେ ଏନେଇ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଯେଉଁଠି ସୁପ୍ରିକୋର୍ଟ ବିଚାରପତି ଜଷ୍ଟିସ ଡି ୱାଈ ଚନ୍ଦ୍ରଚୁଡ, ଜଷ୍ଟିସ ଏମ୍ ଆର ସାହା, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ ମୂରଲୀଧର ପ୍ରମୁଖ ଯୋଗଦେଇ ନୂଆ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ସମସ୍ତଙ୍କୁ ଅପିଲ କରିଛନ୍ତି ।

ଏହା ବି ପଢନ୍ତୁ- ଓଡିଶା ଆସୁଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ନୂଆ ବ୍ୟବସ୍ଥାର ଲୋକାର୍ପଣ କରିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ କହିଛନ୍ତି, "ମହାମାରୀ କୋରୋନା ଯୋଗୁଁ ପେପର ଲେସ ବ୍ୟବସ୍ଥା ସହ ବିଶେଷ ଭାବେ ପରିଚିତ ହୋଇଛି ଦେଶ । ଏଣୁ ପରିବର୍ତ୍ତିତ ପରିବେଶ ସହିତ ଖାପ ଖୁଆଇ ଚଳିବାର କଳା ସମସ୍ତେ ଶିଖିବା ଉଚିତ । ତେବେ ଅଦାଲତ ଗୁଡ଼ିକ ପେପର ଲେସ ହୋଇପାରିଲେ ଅଦାଲତଙ୍କ ସମୟ ବଞ୍ଚିବ । ସେହିପରି ମହକିଲ ମାନେ ଅଯଥା ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବେ ଏବଂ ଆଇନଜୀବି ମାନେ ଅଧିକ ମାତ୍ରାରେ ଉପକୃତ ହୋଇପାରିବେ ।"

ଓଡ଼ିଶା ହାଇକୋର୍ଟ ସ୍ଥାପନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ସ୍ଵତନ୍ତ୍ର ଡାକ ଟିକଟ ପ୍ରଚଳନ କରାଯାଇଛି । ଏହାକୁ ମଧ୍ୟ ଲୋକାର୍ପଣ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ । ଗତବର୍ଷ ଓଡ଼ିଶା ବିଧାନସଭା ମଧ୍ୟ ପେପରଲେସ ହୋଇଥିଲା । ନେଭା ଆପ୍‌ରେ ବିଧାନସଭାର ସମସ୍ତ କାର୍ଯ୍ୟ କରାଯାଇଥିଲା । ବିଧାନସଭାର ବିଭିନ୍ନ ରିପୋର୍ଟ, ସିଏଜି ରିପୋର୍ଟ, ଅର୍ଥନୈତିକ ସର୍ଭେ ରିପୋର୍ଟ, ବଜେଟ ଏବଂ ତାରକା ଓ ଅଣ ତାରକା ପ୍ରଶ୍ନ ମଧ୍ୟ କାଗଜ ବିହୀନ ହୋଇଥିଲା । ପରିବେଶର ସୁରକ୍ଷା ଓ ଶୀଘ୍ର ରାୟ ଶୁଣାଇବା ଉଦ୍ଦେଶ୍ୟରେ କୋର୍ଟକୁ ପେପରଲେସ କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details