କଟକ:ବହୁଚର୍ଚ୍ଚିତ ସୁମିତ ଓ ତପସ୍ବିନୀ ମାମଲା (Sumit and tapaswini Martial issue)। ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଶଶୁର ପ୍ରମୋଦ ସାହୁ। ଗତ ଡିସେମ୍ବର ୨୦ ତାରିଖରେ ତାଙ୍କ ଘରେ ଘଟିଥିବା ଘଟଣାରେ ପୋଲିସର ନିଷ୍କ୍ରିୟତା ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରମୋଦ।
ଗତ ମାସ ୨୦ ତାରିଖରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଲୋକ ତାଙ୍କ ଘରେ ଧସେଇ ପଶିବା ସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେ ଏନେଇ ଥାନାରେ ମାମଲା ଦାୟର କରିଥିଲେ ବି ଆଜି ପର୍ଯ୍ୟନ୍ତ ପୋଲିସ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ସେହିପରି ଏହି ଘଟଣାରେ ପୋଲିସ ପକ୍ଷରୁ ସଠିକ ତଦନ୍ତ ମଧ୍ୟ କରାଯାଇନାହିଁ । ଏହି ଘଟଣାରେ ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ କୋର୍ଟରେ ପ୍ରାର୍ଥନା କରିଛନ୍ତି ପ୍ରମୋଦ।