କଟକ:କୌଣସି ବିପର୍ଯ୍ୟୟ ସମୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥାନ୍ତି ଭିନ୍ନକ୍ଷମ । ତେଣୁ ସମ୍ପ୍ରତ୍ତି ମହମାରୀ ସ୍ଥିତିରେ ସେମାନଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ତଥା ବିଶେଷଭାବେ ଟୀକାକରଣକୁ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର । ତେବେ କଟକରେ ସେହିସବୁ ପଦକ୍ଷେପ କିଭଳି ଭାବେ କାର୍ଯ୍ୟ କରୁଛି ତାହାର ସମୀକ୍ଷା କରିଛନ୍ତି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ।
ବୁଧବାର ଭିନ୍ନକ୍ଷମଙ୍କ ଅଧିକାର, ଅଧିନିୟମ ସମ୍ବନ୍ଧରେ କଟକରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ସୁଲୋଚନା ଦାସ ଯୋଗ ଦେଇ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଓ ବିକାଶ ଉପରେ ଆଲୋଚନା କରିଛନ୍ତି ।