କଟକ:ଜଗତସିଂହପୁର ଢ଼ିଙ୍କିଆ ଘଟଣାକୁ ନେଇ ତେଜୁଛି ବିବାଦ। ବିରୋଧୀ ଦଳଙ୍କ ବିରୋଧ ସତ୍ତ୍ୱେ ଏହି ଘଟଣାରେ ପଡୁନି ପୂର୍ଣ୍ଣଛେଦ । ପ୍ରତିଦିନ ଏହି ଘଟଣାକୁ ନେଇ ଆସୁଛି ସମାଲୋଚନାର ଚିତ୍ର। ଏହାକୁ ଦୃଷ୍ଟିରେ ରଖି ଆଜି ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ରେ ପହଁଚିଛି ଏସୟୁସିଆଇ କମ୍ୟୁନିଷ୍ଟ । ପୋଲିସର ଆତଙ୍କ ରାଜକୁ ବନ୍ଦ କରିବା ପାଇଁ ଆଜି ଡିଜିଙ୍କୁ ଭେଟି ଦାବି ଜଣାଇଛି ଦଳ ।
ଢ଼ିଙ୍କିଆ ମାମଲାରେ ଡିଜିଙ୍କୁ ଭେଟିଲା SUCI - ଢ଼ିଙ୍କିଆ ଘଟଣା
ଜଗତସିଂହପୁର ଢ଼ିଙ୍କିଆ ଘଟଣାକୁ ନେଇ ତେଜୁଛି ବିବାଦ। ଡିଜିଙ୍କୁ ଭେଟିଲା SUCI । ଅଧିକ ପଢନ୍ତୁ
ଢ଼ିଙ୍କିଆ ମାମଲାରେ ଡିଜି ଙ୍କୁ ଭେଟିଲା SUCI
ଏହି ଘଟଣାକୁ ନେଇ ଖୁବଶୀଘ୍ର ସୁଧାର ଆଣିବାକୁ ଡିଜିଙ୍କୁ ନିବେଦନ କରିଛି ଏସୟୁସିଆଇ । ଯଦି ଏହି ଦିଗରେ କିଛି ସୁଧାର ନ ଆସେ ତେବେ ରାଜ୍ୟରେ ଯେଉଁ ଅପ୍ରତିକିର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଓ ପୋଲିସ ଡିଜି ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ଏସୟୁସିଆଇ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ