କଟକ:ଜଗତସିଂପୁରର ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ଆନ୍ଦୋଳନ । ଆଜି (ଶୁକ୍ରବାର) ଏହି ପ୍ରସଙ୍ଗକୁ ଢାଲ କରି ରାସ୍ତା ଓହ୍ଲାଇଛି ଏସୟୁସିଆଇ(SUCI) କମ୍ୟୁନିଷ୍ଟ । ତେବେ ଏସୟୁସିଆଇର ନେତା ତଥା କର୍ମୀମାନେ SCB ମେଡ଼ିକାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମଗ୍ର ଘଟଣା ପାଇଁ ଏସସିବି(SCB) ମେଡ଼ିକାଲର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ।
ଏନେଇ ଏସୟୁସିଆଇର ନେତା ଖଗେଶ୍ଵର ସେଠୀଙ୍କ ସୂଚନାନୁସାରେ ରାଜ୍ୟ ସରକାର ସର୍ବ ପ୍ରଥମେ ଏସସିବି ମେଡ଼ିକାଲର ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣନ୍ତୁ । ଆଉ ଏଠାରେ ଥିବା ବିଭିନ୍ନ ପଦ ପଦବୀ ତଥା ଡାକ୍ତର ପଦବୀ ପୂରଣ କରନ୍ତୁ ଏବଂ ଚିକିତ୍ସା ପାଇଁ ଆସୁଥିବ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ବତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ କରନ୍ତୁ ।