କଟକ: ସରିଲା ମାଟ୍ରିକ ସମେଟିଭ-୨ ପରୀକ୍ଷାର ପ୍ରଥମ ଦିନ । ଆଜି ଇଂରାଜୀ ପରୀକ୍ଷା ଥିବାବେଳେ ସମସ୍ତ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ସମସ୍ତ ୩୫୪୦ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହେଉଛି ।
Matric Exam: ସରିଲା ଇଂରାଜୀ ପରୀକ୍ଷା, କଣ କହିଲେ ଛାତ୍ରଛାତ୍ରୀ ? - ମାଟ୍ରିକ ପରୀକ୍ଷା 2022
ସରିଲା ମାଟ୍ରିକ ସମେଟିଭ-୨ ପରୀକ୍ଷାର ପ୍ରଥମ ଦିନ । ପ୍ରଥମ ଦିନରେ ପ୍ରଶ୍ନ ଜଟିଳ ଥିବାନେଇ ପ୍ରତିକ୍ରିୟା ରଖିଛନ୍ତି ଛାତ୍ରଛାତ୍ରୀ। ଅଧିକ ପଢ଼ନ୍ତୁ
ଆଜି ପ୍ରଥମ ଦିନରେ ଇଂରାଜୀ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀ ମାନେ ଅସନ୍ତୋଷ ଜାହିର କରିଛନ୍ତି । ପ୍ରତ୍ୟେକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ଅର୍ଥାତ ସାହିତ୍ୟ ପରୀକ୍ଷା କରାଯାଇଥାଏ । ମାତ୍ର ଚଳିତ ଥର ବୋର୍ଡ଼ ପକ୍ଷରୁ ପରିବର୍ତ୍ତନ କରାଯାଇ ଇଂରାଜୀ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ପରୀକ୍ଷା ଭଲ ହୋଇଥିବା କହିଛନ୍ତି ପରୀକ୍ଷାର୍ଥୀ । ହେଲେ କିଛିଟା ମାତ୍ରାରେ ପ୍ରଶ୍ନ ପତ୍ର ଜଟିଳ ଆସିଥିବା କହିଛନ୍ତି । ଆସନ୍ତା ମେ ୨ ତାରିଖରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ପରୀକ୍ଷାର୍ଥୀ ମାନେ ପ୍ରସ୍ତୁତ ମଧ୍ୟ ଅଛନ୍ତି । ମଝିରେ ଦୁଇ ଦିନ ସମୟ ମିଳୁଥିବାରୁ ପ୍ରସ୍ତୁତି ପାଇଁ ଆହୁରି ସହାୟକ ହେବ ବୋଲି ପରୀକ୍ଷାର୍ଥୀ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ