କଟକ: କଣ୍ଢେଇ, ଛୋଟ ଛୁଆଙ୍କ ସାଥୀ ତ ବଡଙ୍କ ସୌକିନ। ନିର୍ଜୀବ ହେଲେ ବି ଏମାନେ କୌଣସି ପରୀ ରାଇଜର ରାଜକୁମାରୀ ଠୁ କମ ନୁହଁନ୍ତି। ଦେଖୁନାହାଁନ୍ତି ଏହି କଣ୍ଢେଇ ଗୁଡିକୁ ଉଠାଦୋକାନୀଟି କେମିତି ଝିଲମିଲ ପୋଷାକରେ ସଜେଇ ଦେଇଛି। ନୀଳ, ଲାଲ, ନାରଙ୍ଗୀ ଭଳିକି ଭଳି ଡ୍ରେସ ପିନ୍ଧିଥିବା କଣ୍ଢେଇ ଗୁଡିକ ଉପରୁ କ୍ଷଣିକ ପାଇଁ ବି ଆଖି ହଟୁନି। ଆଉ ଏହି କଣ୍ଡେଇ ଏବେ ଦେଇଛି ଜୀବନ ଜିବିକା । କୋରୋନା ମାହାମାରୀ ଯୋଗୁଁ ଜାନି ଜାତ, ମେଳା ମହୋତ୍ସବ ବନ୍ଦ ଥିବାବେଳେ ପେଟପାଟଣା ପାଇଁ ନାନା ହଇରାଣ ହେଉଥିଲେ ଉଠାବେପାରୀ ଜଣଙ୍କ । ତେବେ ଲକଡାଉନ ସମାନ୍ୟ କୋହଳ ହେବା ପରଠୁ ରାସ୍ତା କଡରେ କଣ୍ଢେଇ ବ୍ୟବସାୟ କରି ନିଜର ପରିବାର ପୋଷଣ କରୁଛନ୍ତି ଏହି ଉଠା ବ୍ୟବସାୟୀ ।
ଅନ୍ୟପଟେ ସିଲଭରସିଟିରେ ଏହି ସୁନ୍ଦର କଣ୍ଢେଇର ଚାହିଦା ମଧ୍ୟ ବେଶ ଅଧିକ । ରାସ୍ତା କଡରେ ଵ୍ୟଵସାୟୀ ବସି ଥିବାରୁ ଅଧିକାଂଶ ସେମାନଙ୍କ ମନ ପସନ୍ଦର କଣ୍ଢେଇ କିଣିବାର ମଧ୍ୟ ସୁଯୋଗ ପାଉଛନ୍ତି । ଘର ସଜାଇବାଠୁ ଆରମ୍ଭ କରି ଛୋଟ ପିଲାଙ୍କ ପାଇଁ କିଣି ନେଉଛନ୍ତି ମନ ମୁତାବକ କଣ୍ଡେଇ । ସେପଟେ ସୋ ରୁମ ଅପେକ୍ଷା ଏହି ରାସ୍ତା କଡର କଣ୍ଡେଇ ଦାମ ମଧ୍ୟ କମ ରହିଛି । ଫଳରେ ଗୋଟିଏ ଜାଗାରେ ଦୁଇଟି କଣ୍ଢେଇ ନେବାକୁ ପଛାଉ ନାହାନ୍ତି ଗ୍ରାହକ ।