ଓଡିଶା

odisha

ETV Bharat / city

ଆହୁରି ସୁଦୃଢ ହେବ STF: DGP - ସୁଦୃଢ ହେବ ଏସଟିଏଫ

ରାଜ୍ୟରେ ଡ୍ରଗ୍ସ କାରବାର ଦମନ କରିବା ଦିଗରେ STF ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛି । ତେବେ ଏସଟିଏଫକୁ ଆହୁରି ସୁଦୃଢୀକରଣ କରିବାକୁ ରାଜ୍ୟ ସରକାର ଗୋଟିଏ ଏସପି ଓ ୩ଟି ଡିଏସପି ରାଙ୍କର ପଦବୀ ସହ ୨୭ଟି ନୂଆ ପଦବୀ ମଞ୍ଜୁର କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି DGP ଅଭୟ । ଅଧିକ ପଢନ୍ତୁ...

ଆହୁରି ସୁଦୃଢ ହେବ ଏସଟିଏଫ: ଡିଜିପି
ଆହୁରି ସୁଦୃଢ ହେବ ଏସଟିଏଫ: ଡିଜିପି

By

Published : Jun 8, 2021, 3:35 PM IST

Updated : Jun 8, 2021, 4:26 PM IST

କଟକ:ଡ୍ରଗ୍ସ କାରବାର ବିରୋଧରେ ଓଡ଼ିଶା ପୋଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହାକୁ ଦମନ କରିବା ପାଇଁ ସ୍ପେଶାଲ ଟାସ୍କ ଫୋର୍ସ(STF) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଆହୁରି ସୁଦୃଢ ହେବ STF: DGP

ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ ସମ୍ମିଳନୀରେ DGP କହିଛନ୍ତି , ଖୁବଶୀଘ୍ର STFକୁ ଆହୁରି ସୁଦୃଢ ଏବଂ ଶକ୍ତିଶାଳୀ କରାଯିବ । ଏଥି ନିମନ୍ତେ ଓଡ଼ିଶା ପୋଲିସ୍ ତରଫରୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ସେହି ଅନୁଯାୟୀ STFକୁ ସୁଦୃଢ କରିବାକୁ ରାଜ୍ୟ ସରକାର ଗୋଟିଏ ଏସପି ଓ ୩ଟି ଡିଏସପି ର‌୍ୟାଙ୍କର ପଦବୀ ସହ ୨୭ଟି ନୂଆ ପଦବୀ ମଞ୍ଜୁର କରିଛନ୍ତି ।

ଏହାବ୍ୟତୀତ ଏକ ସ୍ୱତନ୍ତ୍ର ନାର୍କୋଟିକ୍ ୟୁନିଟ୍ ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଆଗାମୀ ଦିନରେ ଡ୍ରଗ୍ସ କାରବାରକୁ ରୋକିବାକୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି DGP କହିଛନ୍ତି । ସେହିପରି ନୂତନ ପଦବୀ ସୃଷ୍ଟି, ସ୍ୱତନ୍ତ୍ର ଡ୍ରଗ୍ସ ୟୁନିଟ୍ ସ୍ଥାପନ ଏବଂ STFକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାରଙ୍କୁ DGP ଅଭୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଡ୍ରଗ୍ସ କାରବାର ତଥା ଅନ୍ୟାନ୍ୟ ଅପରାଧକୁ ଦମନ କରିବାରେ STF ସ୍ୱତନ୍ତ୍ର ଭୂମିକା ନିଭାଇବ ବୋଲି DGP କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 8, 2021, 4:26 PM IST

ABOUT THE AUTHOR

...view details