କଟକ: ଓଡିଶା ରେସଲିଂ ଆସୋସିଏସନରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ମୁକାବିଲା । 15 ବର୍ଷରୁ କମ ଓ 23 ବର୍ଷରୁ କମ ପୁରୁଷ ବର୍ଗ ଓ ମହିଳା ବର୍ଗରେ କୁସ୍ତି ପ୍ରତିଯୋଗିତା ଆରମ୍ଭ ହୋଇଛି । ଗୋଟିଏ ଦିନ ଧରି ଚାଲିବ ଏହି ପ୍ରତିଯୋଗିତା ।
ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିଭିନ୍ନ ୱେଟ କାଟାଗୋରୀରେ ମ୍ୟାଚ ଖେଳାଯିବ । ଏହି ମେଗା ପ୍ରତିଯୋଗିତାରେ ଓଡ଼ିଶାର 10 ଟି ଜିଲ୍ଲାର ବଛା ବଛା ଖେଳାଳି ଭାଗ ନେଇଛନ୍ତି । ବିଶେଷକରି ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀମାନେ ରାଞ୍ଚି ଠାରେ ଆୟୋଜିତ ହେବାକୁ ଥିବା 15 ବର୍ଷରୁ କମ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ।