କଟକ: ଟାଉନହଲ ପରିସରରେ ଜରୁରୀକାଳୀନ ପରିସ୍ଥିତି(Emergency) ରାଜବନ୍ଦୀମାନଙ୍କ ରାଜ୍ୟସ୍ତରୀୟ ସମାବେଶ ଓ ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ସ୍ମାରକ ଦିବସ ପାଳିତ ହୋଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଅମର ଶତପଥୀ, ଶଶିଭୂଷଣ ବେହେରା ଓ ବିଜେପି ନେତା ବିମ୍ବାଧର କୁଅଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଜରୁରୀକାଳୀନ ପରିସ୍ଥିତି ରାଜବନ୍ଦୀ ମାନଙ୍କ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଆଲୋଚନା କରାଯାଇଥିଲା ।
ଓଡିଶାରେ ଜାରି ରହିଥିବା ବିଜେଡି ସରକାର ୨୦୧୯ ମସିହା ନିର୍ବାଚନ ସମୟରେରେ ଜରୁରୀ ପରିସ୍ଥିତିରେ ଗିରଫ ହୋଇଥିବା ବନ୍ଦୀ ମାନଙ୍କୁ ସହାୟତା ଯୋଗାଇବା ପାଇଁ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦେଇଥିଲା । ହେଲେ ତାହା ଏଯାବତ ପୂର୍ଣ୍ଣ ହୋଇ ପାରିନାହିଁ । ତେବେ ଅନେକ ସଂଗ୍ରାମୀ ନେତା ଏବେବି ଜୀବିତ ଅଛନ୍ତି ଯେଉଁମାନେ ଏବେ ଦାରିଦ୍ର୍ୟର ସୀମାରେଖା ତଳେ କଳାତିପାତ କରୁଛନ୍ତି । ତେଣୁ ଏହି ଦିଗରେ ରାଜ୍ୟ ସରକାର ଶୀଘ୍ର ନଜର ଦେବାକୁ ସଂଗ୍ରାମୀ ନେତାମାନେ ଦାବି କରିଛନ୍ତି ।