କଟକ: ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ମାନଙ୍କର ସୁରକ୍ଷା ପାଇଁ ଏକ ରାଜ୍ୟସ୍ତରୀୟ ପ୍ରଚାର ଅଭିଯାନର ଆରମ୍ଭ କରାଯାଇଛି । ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ନ୍ୟାୟମୂର୍ତ୍ତୀ କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଏଥିରେ ଯୋଗ ଦେଇ, ପତାକା ଦେଖାଇ ଏହି ଅଭିଯାନର ଆରମ୍ଭ କରିଥିଲେ ।
ରାଜ୍ୟର ୨୭ ଟି ଜିଲ୍ଲାରେ ୧୦୧ଟି ରେଜିଷ୍ଟ୍ରଡ଼ ନନ ଗ୍ରାଣ୍ଟ ଇନ ଏଡ଼ ଶିଶୁ ସୁରକ୍ଷା ସଂସ୍ଥାରେ ଥିବା ୩୩୨୨ ଜଣ ଶିଶୁଙ୍କୁ ହାଇଜିନ କିଟ୍ ବିତରଣ କରାଯିବ । ରାଜ୍ୟ ଆଇନସେବା ପ୍ରାଧିକରଣ, ୟୁନିସେଫ ଏବଂ ପାରାଦୀପ ଫସଫେଟ ଲିମିଟେଡ଼ର ମିଳିତ ଉଦ୍ୟମରେ ଏହି ସେବା ଯୋଗାଇ ଦିଆଯିବ ।