କଟକ: OTM ପୁନଃରୁଦ୍ଧାର ଏବଂ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ବାବଦରେ ଆଜି ଅଫିସିଆଲ ଲିକ୍ୟୁଡେଟର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । କର୍ମଚାରୀଙ୍କ ବକେୟା ପ୍ରାପ୍ୟ ବାବଦରେ ରାଜ୍ୟ ସରକାର ଦେଇଥିବା 115 କୋଟି ଟଙ୍କାକୁ ଫିକ୍ସ ଡିପୋଜିଟ୍ ଆକାରରେ ରଖାଯାଇଥିବା ଲିକ୍ୟୁଡେଟର କୋର୍ଟଙ୍କୁ ଅବଗତ କରାଇଛନ୍ତି । କର୍ମଚାରୀମାନେ ନିଜ ପ୍ରାପ୍ୟ ବାବାଦୀୟ ଦସ୍ତାବିଜ୍ ଦାଖଲ କଲାପରେ ସେମାନଙ୍କୁ ଟଙ୍କା ଦିଆଯିବ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି ଅଫିସିଆଲ ଲିକ୍ୟୁଡେଟର । ନଭେମ୍ବର 15 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
OTM ପୁନରୁଦ୍ଧାର ପ୍ରସଙ୍ଗରେ ରାଜ୍ୟ ସରକାର ଦେବେ ୧୧୫ କୋଟି ଟଙ୍କା । ୩୦ ଦିନ ମଧ୍ୟରେ ଏହି ରାଶି ଡିପୋଜିଟ କରିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ ଆଡଭୋକେଟ ଜେନେରାଲ । ତେବେ ପୂର୍ବରୁ ଏହି ମାମଲାର ଶୁଣାଣି କରି କୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀର କେତେଜଣ କର୍ମଚାରୀଙ୍କ କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ କରିବାକୁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।