ଓଡିଶା

odisha

ETV Bharat / city

State Film Award: ହାଇକୋର୍ଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ବିବାଦ - ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମାମଲା

ହାଇକୋର୍ଟରେ ପହଞ୍ଚିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ମାମଲା । ଆଜି ହେବ ଶୁଣାଣି । ଅଧିକ ପଢନ୍ତୁ

ହାଇକୋର୍ଟରେ ପହଞ୍ଚିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ବିବାଦ
ହାଇକୋର୍ଟରେ ପହଞ୍ଚିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ବିବାଦ

By

Published : Dec 9, 2021, 7:10 AM IST

କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖା ଦେଇଥିବା ବିବାଦ ହାଇକୋର୍ଟରେ ପହଞ୍ଚିଛି । ଛବିରାଣି ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମଙ୍କ ପକ୍ଷରୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଯାଇ ଏହି ମାମଲା ଦାୟର ହୋଇଛି । ଗୁରୁବାର ହାଇକୋର୍ଟରେ ଏହି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ବିଦେଶୀ ଫିଲ୍ମକୁ ଅନୁକରଣ କରି ନିର୍ମିତ ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯାଇଛି । କିନ୍ତୁ ମୌଳିକ ଓଡିଆ ଚଳଚ୍ଚିତ୍ର ପୁରସ୍କାରରୁ ବଞ୍ଚିତ । ନିୟମ ଉଲ୍ଲଙ୍ଘନ କରି ଯୋଗ୍ୟତା ନଥିବା ଓ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କୁ ଚୟନ କମିଟିରେ ନିଆଯାଇଛି । ସେମାନେ ମନ ଇଚ୍ଛା ନିଷ୍ପତ୍ତି ନେଉଛନ୍ତି ବୋଲି ବବି ଇସଲାମ ମାମଲାରେ ଦର୍ଶାଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details